STORYMIRROR

Santosh Samal

Others

4  

Santosh Samal

Others

ଏ ଉଊର ପୁରୁଷ ହଵ କାହାର

ଏ ଉଊର ପୁରୁଷ ହଵ କାହାର

1 min
267

ଜୀଵନ ଜୁଆରେ ମଣିଷ ଆଜି

ପାଏ ନାହିଁ ଶାନ୍ତି ଟିକିଏ ଖୋଜି

ଝଡି, ଝଞ୍ଜା ଵୟସକୁ ଅତିକ୍ରମ କଲାପରେ

ଜୀବନ ମଞ୍ଚରେ ନିତୀ ଅଭିନୟ କରେ

କେଵେ ସେ' କନ୍ଦାଏ

କେଵେ ସେ' ହସାଏ,

ନିଜ ଅଭିନୟରେ ପୁଣି ନିଜେ ଗାଏ ,ଵଜାଏ

ମୁହଁରେ ରଙ୍ଗ ବୋଳିଲେ

ଭୋକିଲା ପେଟକୁ ଖାଇଵାକୁ ଦେଇଚି ଯେ ' ଆହାର

ଆମପରେ , ଏ ଉଊର ପୁରୁଷ ହଵ କାହାର  ।


ନିଜ ହାତରେ ଗଢ଼ି ଚାଲିଛି ଅନେକ ପ୍ରତିଭା ଥରକୁ ଥର

ତା' ନିଅଣ ମୁନରେ ଗଢିଛି ଭଵିଷ୍ୟତ ଅନେକଙ୍କର

ଅନ୍ଧାର ରାତିରେ ଆଲୁଅ ହେଇ

ସାଥୀରେ ଥାଏ ନିଏ ଵାଟ ଦେଖେଇ

ଵାଟ ଖୋଜୁଥିଵା ଵାଟୋଇ ହେଇଚି ଆଜି ସଫଳ

କାହାକୁ ସେ କେବେ ଦେଇନି ଵିଫଳ

ଭୋକିଲା ପେଟକୁ ଖାଇଵାକୁ ଦେଇଚି ଯେ ' ଆହାର

ଆମପରେ , ଏ ଉଊର ପୁରୁଷ ହଵ କାହାର ।


ମାଗି ନାହିଁ କେବେ ଆମଠାରୁ ଗୁରୁ ଦକ୍ଷିଣା

ଶିକ୍ଷା ବଦଳେ ଆମେ ଦେଇଯିଵୁ ତମ ପାଉଣା

ଅନେକ ଆସନ୍ତି ଅନେକ ଯାଆନ୍ତି

କେବେ କରିନି ସେ ' ମନ ଉଣା

ଗଛ ଲଗାଇ ଫୁଲ ଫୁଟେଇବା ତାକୁ ଭଲରେ ଜଣା

ସେ ଫୁଲ ଫୁଟିଗଲା ପରେ , ସଜ୍ଜା ହୁଏ ଆଉ କାହା ଅଗଣା

ଭୋକିଲା ପେଟକୁ ଖାଇଵାକୁ ଦେଇଚି ଯେ' ଆହାର

ଆମପରେ ,ଏ ଉଊର ପୁରୁଷ ହଵ କାହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍