STORYMIRROR

Santosh Samal

Inspirational

3  

Santosh Samal

Inspirational

ଶେଷ ଆଉଁସାଟା ଚିହ୍ନ ରହିଗଲା ମାଆର

ଶେଷ ଆଉଁସାଟା ଚିହ୍ନ ରହିଗଲା ମାଆର

1 min
368

ଅକ୍ଷୟ ତୃତୀୟାରେ ଆଖି ସେ' ଵୁଜିଦେଲା

 ହାତ, ଗୋଡ଼ ଧିର ହେଇଗଲା

ଯିଵା ଆଗରୁ ମଙ୍ଗଳ କରିଦେଲା

କହିଲା ! ମଙ୍ଗଳ ହେଉ ତୋର

ଶେଷ ଆଉଁସାଟା ଚିହ୍ନ ରହିଗଲା ମାଆର ।


ଦୁଃଖ, କଷ୍ଟକୁ ଆହାର କରି ,ନିତି ସେ 'ଖାଉଥିଲା

ଆମ ମୁହଁରେ ହସ ଦେଖିବା ପାଇଁ ..

ନିଜେ ଲୁଚି..ଲୁଚି କାନ୍ଦୁଥିଲା ।

ଆମ ମୁହଁରେ ଦେଇ ଆହାର

ନିଜେ ଖାଇ ରହୁଥିଲା ପଵନ ପାହର

ଭୋକିଲା ପେଟରେ ସେ ହସିଦେଲେ

ମୋତି ପରି ଲାଗେ ହସ ତାର 

ଶେଷ ଆଉଁସାଟା ଚିହ୍ନ ରହିଗଲା ମାଆର ।।


ଶେଷ ନିଃଶ୍ଵାସ ଛାଡିଵା ଆଗରୁ ସାଉଁଟି ଧରିଲା ମାଟି

ମମତା ଭରା ମାଠିଆଟା ,ଅକାଳରେ ଗଲା ଫାଟି

ଆଉ ମିଳିଵନି ସେ' ଭଲ ପାଇଵା

ସବୁ ଦିନକୁ ହେଲା ସାତସପନ

ଚାହୁଁ..ଚାହୁଁ ଆଖି ଵୁଜିଦେଲା, ଚାଲିଗଲା ତା' ଜୀବନ

ମମତାର ଡୋରି ଛିଣ୍ଡେଇ ଦେଇ ,

ଅଭିମାନରେ ଆଖି ପତା ଆଉ ଖୋଲୁନି ତାର

ଶେଷ ଆଉଁସାଟା ଚିହ୍ନ ରହିଗଲା ମାଆର ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational