STORYMIRROR

Sunita Barik

Tragedy

4  

Sunita Barik

Tragedy

ଲୁହ

ଲୁହ

1 min
422


ସୁଖରେ ଅବା ଦୁଃଖରେ

ଆଖିରୁ ଝରିପଡୁଥିବା

ଦୁଇ ଟୋପା ଲବଣାକ୍ତ ଉଷ୍ଣତାରେ ପୂର୍ଣ୍ଣ

ସେ କେବଳ କେଇ ବୁନ୍ଦା ପାଣି ନୁହେଁ

ଅନ୍ତଃ ମନକୁ ଦୋହଲାଇ ହୃଦୟର

ଭାଷାକୁ ସ୍ପଷ୍ଟ ରୂପେ ଦର୍ଶେଇ ପାରିବାର

ଅନ୍ୟ ନାମ ଲୁହ

ସମସ୍ତ ଙ୍କ ଦୃଷ୍ଟି ଆଢ଼ୁଆଳରେ ବି ଲୁଚିକରି 

ଆଖି ରୁ ବୋହି ଯାଉଥିବା ଦୁଇ ଧାର

ହିଁ ଲୁହ ହୋଇପାରେ

ଅକାଳରେ ଝରିପଡିଥିବା ନିଜ ଶେଷ

ଆଶ୍ରା ଟିକକ ପାଇଁ କିଛି ନ କରି ପାରିବାର

ଅପାରଗତା ରେ ବି ଝରେ ଯିଏ

ସିଏ ହେଉଛି ଲୁହ

ସଦ୍ୟ ନବ ବିବାହିତା ସ୍ତ୍ରୀର ଯୁଦ୍ଧରେ

ସହୀଦ ହୋଇ ଫେରୁଥିବା ସ୍ଵାମୀ

ର ଅଫେରା ବାଟକୁ ଚାହିଁ ରହି

ଅବିରତ ଝରୁଥିବା ଧାରର

ଅନ୍ୟ ନାଆଁ ହିଁ ଲୁହ

ଭୋକିଲା ପିଲା ର ପେଟକୁ ଦାନା

ଗଣ୍ଡାଏ ନ ଦେଇ ପାରିବାର ଆକୁଳତାରେ

ମାଆ ର ଆଖିରୁ ଝରୁଥିବା ପାଣିର

ନାଁ ହେଉଛି ଲୁହ

ଏ ଲୁହ କେବେ ପିଛା ଛାଡେନି

ଠିକ୍ ଯେମିତି ଦୁଃଖ

ଲୁହ ଖୁସିରେ ଆସେ ପୁଣି କେବେ

ଆସେ କେବେ ଦୁଃଖ ସାଥିରେ

ଆଖିରୁ ଲୁହ ଖସେ

କିନ୍ତୁ ବିନା ପ୍ରତିବାଦରେ

ଓଠ ତାକୁ ନିରବ ରେ ପିଇଯାଏ

ସେଥିପାଇଁ ବୋଧେ ସୁଖ ଦୁଃଖ ପରି

ଲୁହ ଆଉ ଓଠର ସଂପର୍କ

ଦୁହେଁ ନିରବ ପୁଣି ଛଳ ଛଳ

କେବେ ଅଥୟ ଅଧିର

ପୁଣି କେବେ ଢଳଢଳ

ଏଇଵୋଧେ ଲୁହର ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy