STORYMIRROR

Sunita Barik

Romance

2  

Sunita Barik

Romance

ତୁମ ପାଇଁ କବିତା ଟି ଏ

ତୁମ ପାଇଁ କବିତା ଟି ଏ

1 min
167

ଏବେ କାଳେ ଅନେକ ଙ୍କ ର

ଇର୍ଷାଳୁ ନଜର ମୋ ଉପରେ

ତମ ଆଖିରେ କିନ୍ତୁ ସେ ସଵୁ

ମୋ ପାରିବା ପଣିଆ ର ଖବର


ଏବେ କାଳେ ଅନେକ ଙ୍କ ଓଠରେ

ମୁଁ ଆଉ ମୋ କବିତା ର ଚର୍ଚ୍ଚା


ଭଲ କଥା


କେଉଁ ଆଳରେ ହେଉ ପଛେ

ମୋ ପଛରେ କିଛି ତ 

ଗୋଟେ ଘଟୁଛି କେଉଁଠି


ଏବେ ଅନେକ ଙ୍କ ଅଭିମାନ

କାଳେ ଏ ବୟସରେ 

ଏତେ ରୋମାଣ୍ଟିକ କବିତା ଲେଖିବା

ଏକ ସଙ୍ଗୀନ ଅପରାଧ


ତମେ କିନ୍ତୁ କୁହ

କି ଅଜବ କଥା

ଜୀବନ ରେ ରୋମାନ୍ସ ନ ଥିଲେ

ସେଇଟା କ'ଣ ଗୋଟେ ଜୀବନ


ମୁଁ ହସେ ପାଗେଳୀ ପରି

କାହିଁକି ନା ତୁମଠୁ ପ୍ରେମ ବିନା

ଆଉ କିଛି ଶିଖି ପାରିଲିନି ଏଯାବତ୍

ସେଥିପାଇଁ ବୋଧେ ମୋ ପ୍ରତିଟି

କବିତାରେ ଢାଳି ହୋଇ ଯାଅ ଆପଣା ଛାଏଁ


ଧେତ୍ ଏସବୁ କୁ ମୁଁ ଖାତିର କରେନି ମ


ଯିଏ ଜଳୁଛି ଜଳୁ

ସେଥିକି ମୋର ପରବାୟ ନାହିଁ


ତମେ ପା କହିଛ

ତମେ ଥିଲା ଯାଏ 

ମୁଁ ଆଉ ମୋ କବିତା

କେବଳ ତୁମ ପାଇଁ

ଖାସ୍ ତୁମ ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance