STORYMIRROR

Sunita Barik

Romance

2  

Sunita Barik

Romance

ସମୟ କି ଅଟକେ

ସମୟ କି ଅଟକେ

1 min
134

ପୃଷ୍ଠା ଲେଉଟିଲା

ଇତିହାସ ର ଫର୍ଦ୍ଦ ରେ

ଯୋଡ଼ା ହୋଇଗଲା ଆଉ ଏକ

ନୂତନ ଅଧ୍ୟାୟ


ସେମିତି ରେ କିଛି ଫରକ୍ ପଡେନି ମ

କେବଳ ଫରକ୍ ଏତିକି

କିଏ କେତେ ହାରିଛି ଅବା ହରେଇଛି

କିଏ କେତେ ଲହୁ ଲୁହ ନିଗାଡିଛି

ଆଉ କିଏ ହସର ଫୁଆରା ମେଲିଛି

କିଏ ନିଜର ଅବା ଆପଣାର ଲୋକଟା ଠୁ

ସ୍ନେହ ବଦଳରେ ଲାଞ୍ଛନା ସାଉଁଟିଛି


କିନ୍ତୁ ଏତେ ସବୁ ଭିତରେ 

କେଉଁଠି ନା କେଉଁଠି

ସମୟ ଟା ଅଟକି ଯାଇଛି

ପ୍ରଣୟୀ ପ୍ରିୟାର ପ୍ରେମ ପାଇଁ

ଶିଶୁ ର ଦରୋଟି ହସର ମିଠା ପାଇଁ

ଛଳ ଛଳ ନଦୀର ସ୍ରୋତ ପାଇଁ

ଢଳ ଢଳ ଆଖି ର ଆନନ୍ଦାଶ୍ରୁ ପାଇଁ


ସତରେ କଣ ସମୟ କୁ ରାଣ ଦେଇ ବାନ୍ଧି ହୁଏ

ପଣତକାନି ର ଗଣ୍ଠିରେ

ପ୍ରେମ ର ବାହାନା ଦେଇ


ତଥାପି ଆଶା ବସା ଵାନ୍ଧେ କ‌ଅଁଳ ହୃଦୟ ରେ

ପୁରୁଣା ର ଶେଷ ଯେ 

ଏକ ନୂତନ ଅଧ୍ୟାୟ ର ଅୟମାରମ୍ଭ

ଏକ ନୂତନ ସମ୍ଭାବନା ର ପ୍ରୟାସ

ପୁଣି ଦରଦୀ ହୃଦୟରେ ଵତୁରୁଥିବା

ସ୍ନେହ, ପ୍ରେମ,ଭରସାର ଏକ ନିର୍ଭୟ ଆଶ୍ରୟ


                  


Rate this content
Log in

Similar oriya poem from Romance