କୁହୁଡି
କୁହୁଡି
ନିର୍ଜ୍ଜନ ରାତି ର ନିରବତା
ଭୋଗ ଆଉ ଭାଗର କୁହୁଡି ଭିତରେ
ଧୂଳିସାତ ହୁଏ ଆଉ କାହାର ଜୀବନ
ଭାସମାନ କୁହୁଡି ପ୍ରହେଳିକା
ସୃଷ୍ଟି କରେ ନିର୍ଜ୍ଜନତା ର ଆଳରେ
ଆଲୁଵାଲୁରୁ ପୁଳାଏ ସ୍ଵପ୍ନ ମାନଙ୍କ ର
ହା ହା କାର ଚିତ୍କାର ମିଳେଇ ଯାଏ
ଗାଢ଼ ଅନ୍ଧାର ଭିତରେ
ଚୁପି ଚୁପି ଧିର ପାଦ ହଳେ
ଆଗଭର ହୁଏ ଅସଜଡା ସ୍ବପ୍ନ ମାନଙ୍କୁ
ସଜାଡ଼ିବା ର ଆଶା ରେ
ଅଥଚ ପଛଘୁଞ୍ଚା ଦେଇ
ଘନ କୁହୁଡି ଭିତରେ ମୁହଁ ଲୁଚାଏ
ଅଳ୍ପ ବୟସ୍କ ପ୍ରେମିକ
ପ୍ରେମିକ ଟି ଡରେ
ଆଉ କାହାର ହାତ ଧରିବାକୁ
କାହିଁକି ନା ତା'କୁ ବେଶ୍ ଜଣା
ଆଶ୍ଵାସନା ର ପାଦ ହଳକ ବି
ଧୋକା ଦେଇ ହଜି ଯାଇପାରେ
ଘନ କୁହୁଡି ର ଅନ୍ଧାରି ସାମ୍ରାଜ୍ୟ ରେ