STORYMIRROR

Sunita Barik

Abstract

2  

Sunita Barik

Abstract

ସେ ଆଉ ମୁଁ

ସେ ଆଉ ମୁଁ

1 min
135

ଖାଲି 'ସେ' କହୁ କି 'ମୁଁ'

ନିଜର ନିଜସ୍ବ ରହୁ

କେତେ ଦିନ ଖାଲି 'ସେ' 

ଲାଗି ଜୀବନ ଜିଇଁ ବାକୁ ପଡ଼ିବ

ରାଗ,ରୁଷା,ହସ, ଲୁହ

ଏମିତି କି ପିନ୍ଧା ପୋଷାକ  

ଆଉ ପାଦର ଚପଲ ବି

କିଛି ତ ନିଜ ମନମୁତାବକ ହ‌ଉ


କେତେ ଦିନ ତା ଲାଗି ଵଞ୍ଚାଯିଵ

କିଛି ନିଜ ପାଇଁ ବି ଵଞ୍ଚିଵା ହେଉ


କେତେ ଦିନ ଡରି ଡରି 

ଅନ୍ୟ ପାଇଁ ହସାଯିଵ 

ନିଜ ପାଇଁ ବି ମନଖୋଲି

ଦୁଇ ବାହୁ ପ୍ରସାରୀ

ଖୋଲା ଆକାଶ ତଳେ ହସାଯାଉ


କେତେ ଦିନ ଅନ୍ୟ ର ଦୁଃଖ ରେ

ଖାଲି ମିଛି ମିଛିକା ଅଭିନୟ କରାଯିବ

ନିଜ ର ସତ ସତିକା ଦୁଃଖ କୁ ବି

ଅଭିନୟ କରି ଭୁଲା ଯାଉ


ସବୁବେଳେ ଖାଲି 'ସେ' ପାଇଁ

'ସେ' କହିଲା ବୋଲି

କେତେବେଳେ ତ ନିଜ ପାଇଁ କିଛି ହେଉ

                       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract