STORYMIRROR

Kali Kumar

Tragedy

4  

Kali Kumar

Tragedy

ଭାଳେଣି

ଭାଳେଣି

1 min
356


ଘନ ଅନ୍ଧକାର ଭୟରେ

ଥରି ଉଠିଲା ଛାତି,

କାହିଁ ଗଲା ! କାହିଁ ଗଲାଟି !

ଅସିଆ କାଳର ମହମ-ବତୀ ।୧।

ଅବା ରଖିଅଛି ପୁରୁଣା-

ଲଣ୍-ଠନ ସାଇତି,

ନେଇଆ ନେଇଆ ସହଳ 

ମାଡ଼ି ଆସୁଛି ରାତି ।୨।

ଘନ ଅନ୍ଧକାରେ ମହୀଟା

ଏବେ ବୁଡ଼ିଲା ଆସି,

ପୁନେଇ ଆକାଶି ଜହ୍ନଟା

କିଆଁ ଗଲା କି ଋଷି ।୩।

କୋଟିଏରୁ ନାହିଁ ଗୋଟିଏ 

ଆଜି ଗଗନେ ତାରା,

ରାକ୍ଷସୀ ପବନ ଫନିଟା

ସବୁ ଖାଇଛି ପରା ।୪।

ଧୀବର ଭୟରେ କାତର

ନାଆ ବାନ୍ଧିଛି କୂଳେ,

ସାମୁଦ୍ରିକ ଝଡ଼ ଫନିଟା

ଆସଛି, ଉତ୍ତାଳ ତରଙ୍ଗମାଳେ ।୫।

ବାରଣ ତାକୁ ଯେ ହୋଇଛି

ନ ଯିବାକୁ ଜଳେ,

ଜୀବନ ସଙ୍କଟ ରହିଛି 

ଏହି ବିଷମ କାଳେ ।୬।

ବିଷମ ହୋଇବ କାଳଟା (ପରିସ୍ଥିତି)

ଯଦି ନ ଯାଏ ଜଳେ,

ଜୀବନ-ଜୀବିକା-ନାବଟା

ତା' ସଂସାର ପାଳେ ।୭।

ବାପ-ଦାଦି-ଅଜା କାଳରୁ

କେତେ ଦେଖିଛି ଝଡ଼,

କେତେ ଅବା ସମୁଦ୍ର ନେଇଛି

ତା' ବାଟରେ ମୋଡ଼ ।୮।

କାହିଁ ! କେବେ ତ ତାକୁ

ସେସବୁ ଡର ଲାଗିନି,

ଘରେ ରହ ବୋଲି

ଥରେ, କେହି ତ କହିନି ।୯।

ବୀର ଦର୍ପରେ ଯାଇଛି

ତାକୁ ସମ୍ମୁଖ କରି,

ଅତଳ ସମୁଦ୍ର ଗର୍ଭରୁ

ମାଛ ଆଣିଛି ମାରି ।୧୦।

କେତେ ଲୁଣି ପାଣି ପିଇଛି

ପୁଣି, କେତେ ପବନ ଛାଟ,

ପେଟର ଜ୍ବାଳା କି ବୁଝିବ

ଅକାଳ ଝଡ଼ର ନାଟ ।୧୧।

ଆଖି ବୁଜି ଦେଲେ ଶୁଭୁଛି

ପିଲାଙ୍କ ଆତୁର ଡାକ,

କଅଁଳା ପିଲାଏଁ ଗଣ୍ଡାଏ (୪ଜଣ)

ସହି ପାରୁନି, ଜମା ପେଟର ଭୋକ ।୧୨।

ତିନି ଦିନ, ତିନି ରାତି ହେଲାଣି

ନାଆ ବନ୍ଧା ହୋଇଛି କୂଳେ

ଜୀବନ ସଙ୍କଟ ପାଇଁ କି,

ବାପା ଯାଇ ନି ଜଳେ ।୧୩।

ଆଣିବ କେଉଁଠୁ ପଇସା

ଖାଦ୍ୟ କିଣି ବା ପାଇଁ,

ଘରେ ଯାହା ଥିଲା ସରିଛି

କିଛି ସାଇତା ନାହିଁ ।୧୪।

ହୁ ହୁ ବଢ଼ି ଚାଲିଛି 

ଆଳୁ-ପିଆଜ ଦର,

ଅନ୍ୟ ପରିବା କଥାକୁ

ଜମା ତୁଣ୍ଡେ ନ ଧର ।୧୫।

ଭାଳେଣି ପଡ଼ିଛି ମୁଣ୍ଡରେ

ଏବେ କରିବ କିସ,

ଝଡ଼ ପରେ ପରେ ଅବସ୍ଥା

ହେଲାଣି ଅସହ୍ୟ-ଦୁର୍ବିଷ ।୧୬।

ବିଦେଶୀ ପବନ ବୋଲି ତ 

ତାକୁ ହୋଇଛି ମନା,

ଦେଶୀ ହୋଇଥିଲେ ତାକୁ

କିଏ ଡରୁଅଛି କହନା ।୧୭।

ସମୁଦ୍ରେ ଯାଆନ୍ତା ହରସେ 

ମାଛ ମାରି ଆଣନ୍ତା

ଅଚିରେ ପିଲାଙ୍କ ମୁହଁରେ

ହସ ଫୁଟାଇ ପାରନ୍ତା ।୧୮।

ହଟି ନାହିଁ ଏଯାଏଁ

ସେହି ବାରଣ-ନିର୍ଦ୍ଦେଶ

ଅନୁମୋତି ନାହିଁ କରିବାକୁ

ତାକୁ ଜଳେ ପ୍ରବେଶ ।୧୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy