STORYMIRROR

ଅନିଲ କୁମାର ଲେଙ୍କା

Romance Tragedy

4  

ଅନିଲ କୁମାର ଲେଙ୍କା

Romance Tragedy

ଛଳନା- ୫

ଛଳନା- ୫

1 min
205


ବିରହ କବିତା କେତେ ଲେଖିବି ମୁଁ 

   ଆଜି ତୁମେ ସାଥୀ କୁହ

କଥା ଦେଇଥିଲ କଷ୍ଟ ଦେବ ନାହିଁ 

   ଆଖିରେ ଦେବନି ଲୁହ ।।


ଛାଡି ଚାଲିଗଲ ଅଧା ବାଟେ ମତେ

    ହୋଇଗଲି ବାଟବଣା

କଥାରେ ତୁମର ଭରି ଥିଲା ଖାଲି

    ଛଳନା ଓ ପ୍ରତାରଣା ।।


ମୋ ଆଖିରୁ ଏବେ ଶୁଖିଲାଣି ଲୁହ

    ଓଠରୁ ଲିଭିଛି ହସ

ସ୍ବାର୍ଥପର ଏହି  ଦୁନିଆଟା ପାଇଁ

   ଭରିଛି ଏ ଅବଶୋଷ ।।


ହୃଦୟ ଭାଙ୍ଗିଲେ ଲହୁ ଝରେ ନାହିଁ

   ଝରଇ ଶ୍ରାବଣ ଧାର

ଭାରି କଷ୍ଟ ହୁଏ ଆପଣାର କେହି

  ହେଇଗଲେ ସ୍ବାର୍ଥପର ।।    

  

ତୁମ ପ୍ରେମର ତ ମାନେ କିଛି ନାହିଁ

   ମନ ଦିଅ ଖାଲି ଜାଳି

ମତେ ଏକା କରି ଛାଡିଗଲା ପରେ

   ଜାଳୁଛି ଲୁହ ଦିପାଳି ।।


କେତେ ଦେଖିଥଲି ସ୍ୱପ୍ନ ମୁଁ ତୁମକୁ

   କରିବା ପାଇଁ ନିଜର

ତୁମେ ଚାଲିଗଲ ନିଜର ବାଟରେ

  କରି ମତେ ସାତପର ।।


ସାଥୀ ବିନା ଏହି ଜୀବନେ ବଞ୍ଚିଛି

  ଭଙ୍ଗା ହୃଦୟକୁ ନେଇ

ପ୍ରେମ ପ୍ରିତି ସବୁ ଅଧା ଅଧୁରା ଯେ

  ବହିଯାଏ ଲୁହ ହୋଇ ।।


ଧକ୍କା ଖାଇଲେ ବି ଭଲ ପାଇଥାଏ

   ଲୁହ ପିଇଯାଏ ହସି 

ଏ ମନ ବୁଝେନା କାହିଁକି ଝୁରଇ

  ଭୁଲିବା ଲୋକଙ୍କୁ ବେଶୀ ।।


ଭୁଲିଯାଅ ବୋଲି କହିଦେଲ ତୁମେ

   ଭୁଲି କି ପାରୁଛି ମୁହିଁ 

ହାରିବା ଲୋକର କଣ ଅବା ମୂଲ୍ୟ 

  ଇଚ୍ଛା ବୋଲି କିଛି ନାହିଁ ।।


ପ୍ରତାରଣା ଭରା ଛଳ ଦୁନିଆରେ

   ସମ୍ପର୍କ ଯେ ମିଛ ଖାଲି

ତଥାପି ଏ ପ୍ରାଣ ପ୍ରତି ମୁହୂର୍ତ୍ତରେ

   କହଇ ଆପଣା ବୋଲି ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance