ବିକଳାଙ୍ଗ
ବିକଳାଙ୍ଗ
ଭଗବାନ ଜାଣି ଜାଣି
ବିକଳାଙ୍ଗ ମୁଁ
ଯୌବନର ହତାଶ ନିଆଁରେ
ଜଳି ଜଳି କରେ
ବ୍ୟଭିଚାର / ଅତ୍ୟାଚାର
ତେବେ ମଧ୍ୟ ଭାଙ୍ଗେ ନା
ମୋ ମନର ଜିଜ୍ଞାସା ।
ଭୁଲ ପଥେ ଯାଇ ଯାଇ
ପଙ୍ଗୁ ମୁହିଁ
ପଥ ର ଭିକାରି
ହାତ ପାତି ମାଗିବା ଅଭ୍ୟାସ
ଯାହାର ଖାଏ ନୂଣ
ତାର କରେ ସର୍ବନାଶ ।
ସମସ୍ତଙ୍କ ଆଗେ ଭଦ୍ରଲୋକ
ଗୋଡ ଚଟା ବୁଦ୍ଧି ମୋର
ତଥାପି
ମୁଁ କରେ ଅତ୍ୟାଚାର
ସବୁବେଳେ
ହିଂସା ମନୋଭାବ ମୋର
ପର ହିଂସା ପରଶ୍ରୀ କାତରତା
ପର ଦ୍ରବ୍ୟ ଦେଖି ।
ସହି ପାରେନାହିଁ
ଅନ୍ୟ ଶାଶ୍ଵତ ପ୍ରେମ ଦେଖି
ଧୋକା ଦିଏ
ବନ୍ଧୁ ଭାବ ସୃଷ୍ଟି କରି କରି
ପଦାରେ / ସମାଜରେ
ହଟହଟା କରି ପଦା ପକା କରେ
ଏହାହିଁ ମୋର ବିକଳାଙ୍ଗ ଦୋଷ
ବାମନ ହୋଇ ହାତ ବଢାଏ
ଚନ୍ଦ୍ର ପାଇବା ଆଶାରେ ।