STORYMIRROR

ଅନିଲ କୁମାର ଲେଙ୍କା

Romance Tragedy

4  

ଅନିଲ କୁମାର ଲେଙ୍କା

Romance Tragedy

ଛଳନା

ଛଳନା

1 min
158


ଅନେକ ବୈଶାଖ ଶୁଖାଇଛି ନଦୀ

    ଆଖିରୁ ଶୁଖିନି ଲୁହ

ଜ୍ଯେଷ୍ଠ ଜଳନର ଗୁଳୁଗୁଳି ସାଥେ

   ତୁଟିଛି ପ୍ରୀତିର ମୋହ ।।


ଆଷାଢ ଅସରା ବାହୁଡିଛି ବାଟେ

   ଝରାଇ ନୟନୁ ଧାର

ଧାରା ଶ୍ରାବଣଟା ମେଲାଣି ନେଇଛି

  ତୃଷ୍ଣା ନ ମେଣ୍ଟାାଇ ମୋର ।।


ହୃଦୟେ ଜଳୁଛି ଭାଦ୍ରବରେ ନିଆଁ

   ଜାଳି ଥିଲ ଦିନେ ତାହା

ଆଶ୍ବିନ ଆସରେ ଦୁଃଖ ଅଭିସାରେ

   ଜଳି ଜଳି ଜିଏଁ ଯାହା ।।


କାର୍ତ୍ତିକେ ବରିଛି କଣ୍ଟକିତ ଶଯ୍ୟା

   ଗୋଲାପର ପ୍ରତିଦାନେ

ଶ୍ରେଷ୍ଠ ମାର୍ଗଶୀର ଜହର ପ୍ରଲେପ

   ଭରିଅଛି ମୋର ମନେ ।।


ମରୁଭୂମି ସମ ଭୋଗୁଛି ଜୀବନ

   ପୌଷର ସମୃଦ୍ଧି କାହିଁ

ବାଘୁଆ ଶୀତର ମାଘର ମହଲେ

   ସପନଟା ଦିଶେ ନାହିଁ ।।


ଫଗୁଣ ଫଗୁରେ ହଜି ଗଲା ସୁଖ

   ମନେରେ ଭରିଲ ବିଷ

ଚଇତି ପବନେ ଦୁଃଖ ଭରିଦେଲା

   ତୁମର କୁଟୀଳ ହସ ।।


ମିଛ ସମ୍ପର୍କର ଚକ୍ରବ୍ୟୁହ ଭେଦ

   କରି ପାରି ନାହିଁ ଆଜି

ଛଳନା ପ୍ରେମର ଫାଶରେ ଆବଦ୍ଧ

   ଖୁସି ମୋ ଯାଇଛି ହଜି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance