ଯୁଗନାରୀ
ଯୁଗନାରୀ
ମମତାରେ ବୋଳା ଜନନୀର ଛାତି
ବେଦନାରେ ଉଠେ ଥରି ,
ଭାଇ, ଭାଇ ଏଠି ହଣାହଣି ପରା
ଅକାଳେ ପଡ଼ନ୍ତି ଝରି ।
ବିଳାପେ ଜନନୀ ଦିନ ହାହାକାରେ
ଅସହାୟ ଜନ୍ମ ନାରୀ ,
କି ' ଦୋଷେ ଲାଞ୍ଛିତ ଅବଳା ଜନନୀ
ନିତି ଅଭିନୟ କରି ।
ଦୁର୍ଭାଗ୍ୟ ଆଶ୍ରିତ କପାଳ ନିନ୍ଦିତ
କୁଳାଙ୍ଗାର ଜନ୍ମ କରି ,
ପୂତ ନର୍କୁ ଦ୍ଧା'ର ହୁଏ ସର୍ମସାର
ଦୁଃଖ ଚାପେ ଛାତି ଧରି ।
ଆପଣାର ରକ୍ତ ସମ୍ପର୍କ ବିଷାକ୍ତ
&nbs
p; ଦିଗହଜା ପକ୍ଷୀ ପରି ,
କୁସନ୍ତାନ ପାଇଁ ଜନନୀ କାନ୍ଦଇ
ନିତି ଜିଇଁ ନିତି ମରି ।
ନିବିଡ଼ ବନ୍ଧନ ଆତ୍ମୀୟତା ଭାବ
ଆଉ ନାହିଁ ଆଗ ପରି ,
ଟିକେ ସ୍ୱାର୍ଥ ପାଇଁ ଭାଇ ଖେଳେ ଆଜି
ଭାଇର ରକ୍ତରେ ହୋରି ।
ଏକା ମାଆ ସ୍ତନୁ କ୍ଷୀର ଖାଇ ପୁଣି
ଭାଇ ଭାଇ ମରାମରି ,
କେତେ କାଳ ଆଉ କାନ୍ଦିବ ଜନନୀ
ମମତାକୁ କୋଳେ ଧରି ??
କାରଣ ସେ ପରା ଏ ଯୁଗର ଯୁଗନାରୀ.......