ଆଶଙ୍କା
ଆଶଙ୍କା
ଜୀବନ ପଥର ପ୍ରତିଟି ପାହାଚ
ପରୀକ୍ଷାର ଗନ୍ତାଘର ,
କୁହୁକ ମାୟାରେ ବନ୍ଧା ଏ' ଜୀବନ
ହେଉ ଘର ବା' ବାହାର ।
ବିଷୟାରେ ଆଜି ବିଷାକ୍ତ ଅବନୀ
ଜଳୁଅଛି ପ୍ରତିକ୍ଷଣ ,
ଅନ୍ତର ବେଦନା ଅନ୍ତର୍ଦାହ ହୁଏ
ରହି ରହି କ୍ଷଣ କ୍ଷଣ ।
ସନ୍ଦେହର ବିଷ ଚରି ଚରି ଯାଏ
ଛଳନାର ମାୟାଜାଲେ ,
ପରିବର୍ତ୍ତନଶୀଳ ଋତୁଚକ୍ରର
ଅଜଣା ଆଶଙ୍କା ବଳେ ।
ସବୁକିଛି ମାୟା ବିଷାକ୍ତ ବନ୍ଧନ
ଜତୁଗୃହ ବନ୍ଦୀଶାଳା,
ଜଳିଯିବା ପାଇଁ ଦରକାର ନାହିଁ
ଲୋକାରଣ୍ୟ ପାନ୍ଥଶାଳା ।
ଦିକି ଦିକି ଜଳି ଆଖି ସେକୁଅଛି
ଓଠ ଯାଏ ଲୁହ ପିଇ,
ମେଘ ରାଣୀ ଆଜି ପଚାରେ ଧରାକୁ
ନୟନ ଦେବ ଭିଜାଇ ।
ଛଳ ଛଳ ହୋଇ ଗଣ୍ଡ ଦେଶ ଦେଇ
ବହଇ ଲୋତକ ଝର ,
ରଙ୍ଗହୀନ ଲାଗେ ମାୟା ଦୁନିଆଁର
ରଙ୍ଗୀନ୍ ପ୍ରୀତିର ଡୋର ।
