ଛଳେ ଝରାଫୁଲ ଝରିଗଲା
ଛଳେ ଝରାଫୁଲ ଝରିଗଲା
ନିଜର ମଣିଷ, ପରଝିଅ ହେଉ ପରପୁଅ
ହୋଇଯାଏ କ୍ଷଣେ ମନ ମିଶିଯାଏ,”
ପରିଚୟ ଆଖିରେ ଆଖିରେ ହୋଇ ଯାଇଥାଏ”
ଏପରିସବୁଠୁ ବିଶ୍ଵସ୍ଥ ସବୁଠୁ ନିଜର
କେହି ନୁହେଁ ଆଉ ତାହା ପରି ।।
ସେ କି ଜାଣିଥିଲା ତା ପ୍ରେମରେ କଳା ମେଘ ଖଣ୍ଡ
ଘୋଡାଇ ଅନ୍ଧାର ଘୋଟିଆସିବ କି ଏତେ ଛନ୍ଦ
ବିଶ୍ଵାସରେ ବିଷ ଲେପିବ ପ୍ରେମିକ ହୀନମନା
କେତେ ଆଶା କେତେ ଭରଷାର ସ୍ଵପ୍ନ
ସବୁ ହୋଇଯିବ କିବା ଚୁନା ।।
ଛଳନାର ଇନ୍ଦ୍ରଜାଲ କୁ ବିଛାଇ ସେ ଚତୁର
ଜୀବନ ଯୌବନ ଭରା ଫୁଲ ବନ କଲା ଯୁର
କୋମଳ କଳିକା ଅବୋଧ ବାଳିକା ନବୁଝିଲା
ଇନ୍ଦ୍ରଜାଲ ବଶେ ଶେଷରେ ବିବଶେ
କପଟ ପ୍ରେମରେ ଭଳିଗଲା ।।
କାଳବେଳା ଅସି ହେଲା ଉପଗତ ତା ଜୀବନେ
ପ୍ରେମିକ ଛଳକୁ ବୁଝି ନପାରିଲା ଥରେ ହେଲେ
ବିଶ୍ଵାସ ରେ ଆସି ଛଳ ମହାକାଳ ଆବୋରିଲା
ମୁହୁର୍ତ୍ତେ ମାତ୍ରକ ସମୟ ଭିତରେ
ଅକାଳେ ନୀରିବ ଝଡିଗଲା ।।
ଛଳନା ଏମିତି ଝରାଫୁଲ ପ୍ରେମେ ଘଟିଗଲା
ବିଶ୍ଵାସରେ ନିଜ ପବିତ୍ର ପ୍ରେମ କୁ ସମର୍ପିଲା
ପ୍ରେମିକ ଛଳନା ଖଳର ଖେଳନା ହୋଇଗଲା
ପ୍ରେମରେ ଛଳନା ଶେଷେ ମୃତ୍ୟୁ ତାର
ଛଳେ ଝରାଫୁଲ ଝରିଲା ।।