Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Tragedy

4  

Gunanidhi Samal

Tragedy

ତୁମକଥା ମନେପଡ଼େ

ତୁମକଥା ମନେପଡ଼େ

1 min
259


ରାତି ଯେବେ ଶୋଇଯାଏ 

ଗହନ ଅନ୍ଧାରେ

ମନ ମୋର ହଜିଯାଏ

ଅଜଣା ସହରେ ,

କାହାପାଇଁ କିଏ ଜାଣେ

ଖୋଜୁଥାଏ ପ୍ରତିକୋଣେ

ନିଦୁଆ ଆଖିରେ......

ରାତି ଯେବେ...........।

ସେ ସହରେ ଝିଲିମିଲି

ଦିଶୁଥାନ୍ତି ତାରା

କେବେ ଛାଇ କେବେ ପୁଣି

ଆଲୁଅର ଧାରା ,

ତୁମ କଥା ମନେପଡ଼େ

ରାତି ଯେବେ ବେଶି ବଢେ

ଜହ୍ନ ଆଖି ମାରେ....

ରାତି ଯେବେ.........।

ଏବେବି ଆଖିରେ ମୋର

ନାଚେ ତୁମ ଛବି

କେ'ଜାଣେ ବୁଡିବ କେବେ

ମୋ"ଜୀବନ ରବି ,

ଭୁଲିଗଲ ଭଲ ପାଇ

ବଞ୍ଚିବି ମୁଁ"କାହାପାଇଁ

ଏଇ ଦୁନିଆଁରେ.....

ରାତି ଯେବେ..........।


Rate this content
Log in

Similar oriya poem from Tragedy