STORYMIRROR

Ajay kumar Behera

Tragedy

4  

Ajay kumar Behera

Tragedy

"ଛଳନା-୩"

"ଛଳନା-୩"

1 min
220


ଅନ୍ଧାରୀ ମେଘ ମୋ    ପିଛା ଛାଡୁ ନାହିଁ

      କେମିତି ଚାଲିବି କହ

ଏକା ଏକା ବାଟ      ଦୂର ଲାଗେ ଆଜି

      ତୁଟାଇ ତୋହରି ମହ।୧।


କ୍ଷଣିକ ଜୀବନେ       ଭରି ଥିଲୁ ତୁହି

      ପ୍ରେମର ପୁଲକ କେତେ

ତୋ ମିଠା ପ୍ରେମରେ    ସାରିଲୁ ଜୀବନ

      ଭୁଲିବି କେମିତି ତୋତେ।୨।


ଆଜି ଏକା ମୁହିଁ       ଦେଇ ଦେଲୁ ଧକ୍କା

      ବୁଝିଲୁ ନାହିଁ ତୁ ଥରେ 

କହ ଆରେ କାହିଁ      ଛଳନା କରିଲୁ

      ତୁହି ମୋହରି ସାଥିରେ।୩।


ଭାବିଥିଲି ମୁହିଁ        ତୋଳିବି ଘରଟେ

     ତୋ ପ୍ରେମେ ଭରଷା କରି

ତୁହି ମୋର ସୁଖ       ତୁହି ମୋର ଶିରି

      ସବୁ ଦେଲୁ ଆରେ ସାରି।୪।


ପାରୁନି ବୁଝେଇ        ଅବୁଝା ମନକୁ

     ଯେତେ ଚାହିଁଲେ ବି ମୁହିଁ

ତୋ ବିନା ଜୀବନେ      ସୁଖ ବୋଲି ଜମା

     କିଛି ମୁଁ ଯେ ଚାହିଁ ନାହିଁ।୫।


ଭାଗ୍ୟକୁ ଆଦରି        ଚାଲୁଅଛି ବାଟ

     ଏକୁଟିଆ ହୋଇ ସତେ

ମୋ ଦୁଃଖରେ ତୁହି       ସାଥି ହେଲୁ ନାହିଁ

     ବାଧୁଛି ରେ ଭାରି ମତେ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy