Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର Ajaya Kumar ବେହେରା Behera

Tragedy Others

4  

ଅଜୟ କୁମାର Ajaya Kumar ବେହେରା Behera

Tragedy Others

ମନୁଷ୍ୟକୃତ

ମନୁଷ୍ୟକୃତ

1 min
169


ମନୁଷ୍ୟକୃତ ଏ ପ୍ରକୃତି ତାଣ୍ଡବ

  ବନ୍ୟା ବାତ୍ୟା ଭୁସ୍ଖଳନ ।

ଅଚାନକ ଆସି ଧୋଇ ନେଇଯାଏ

  କେତେ ଧନ ଓ ଜୀବନ ।।

ମନୁଷ୍ୟକୃତ ଏ ପରିବେଶ ନାଶ

   ଭୟଙ୍କର ପ୍ରଦୂଷଣ ।

ପ୍ରଦୂଷିତ ଆଜି ସମଗ୍ର ଧରଣୀ

   ଜଳ ସ୍ଥଳ ଓ ପବନ ।।

ମନୁଷ୍ୟକୃତ ଏ ସଭ୍ୟତା ଉନ୍ନତି

    ବିଜ୍ଞାନର ଅଗ୍ରଗତି ।

ଅହିତ ସାଧନେ ବିନିଯୋଗ ହୋଇ

    ବିଗିଡି ଯାଉଛି ସ୍ଥିତି ।।

ମନୁଷ୍ୟକୃତ ଏ ଦୁର୍ନୀତି ଶୋଷଣ

   ଅନ୍ୟାୟ ଅନୀତି ଯୁଦ୍ଧ ।

ସମ୍ପତି ନିଶାରେ ମୋହ ଗ୍ରସ୍ତ ସର୍ବେ

   କ୍ଷମତା ଲୋଭରେ ଅନ୍ଧ ।।

ମନୁଷ୍ୟକୃତ ଏ ହିଂସା ଅହଙ୍କାର

   ବିବେକକୁ କରି ହତ୍ୟା ।

ପ୍ରଭୁତ୍ୱ ବିସ୍ତାରେ ସାରା ଜଗତରେ

   ନର ହୁଏ ନର ହନ୍ତା ।।

ମନୁଷ୍ୟକୃତ ଏ ନିଶା କାରବାର

    ନିଶା ନିବାରଣ ବୃଥା ।

ନିଶା ବେପାରୀଙ୍କୁ ପ୍ରୋତ୍ସାହନ ମିଳେ

   ବୃଦ୍ଧି ନିଶାଡୀଙ୍କ ଚିନ୍ତା ।।

ମନୁଷ୍ୟକୃତ ଏ ନାରୀ ନିର୍ଯ୍ୟାତନା

   ଧର୍ଷଣ ଶୋଷଣ ନାରା ।

କାମୁକ ରାକ୍ଷସ ଖୋଲା ବୁଲୁଛନ୍ତି

   ପଡ଼ନ୍ତିନି କାହିଁ ଧରା ।।

ମନୁଷ୍ୟକୃତ ଏ ଘୃଣ୍ୟ ରାଜନୀତି

  ଦୁର୍ନୀତି ଫାଶରେ ଛନ୍ଦା ।

ସିଂହାସନେ ବସି କ୍ଷମତା ପ୍ରୟୋଗ

   ଜନତା ପଡିଛି ବନ୍ଧା ।।

ମନୁଷ୍ୟକୃତ ଏ ସର୍କାରୀ ଯୋଜନା

   ସମାଜ ମଙ୍ଗଳ ପାଇଁ ।

ଯୋଜନାର ଫଳ ଉପରରୁ ତଳ

  ଭାଗ ବାଣ୍ଟ ହୋଇଥାଇ ।।

ମନୁଷ୍ୟକୃତ ଏ ରୋଗ ବଇରାଗ

  ଅଚାନକ ଆସେ ମାଡି ।

ଅକାଳ ମୃତ୍ୟୁର ତାଣ୍ଡବ ଖେଳାଇ

  ଦୁଃଖ ଶୋକ ଯାଏ ଛାଡି ।।

ମନୁଷ୍ୟକୃତ ଏ ଜନମ ମରଣ

  ବିଧି ନିର୍ଦ୍ଦେଶରେ ଗତି ।

ଜାଣି ବି ମଣିଷ ମୃତ୍ୟୁ ସୁନିଶ୍ଚିତ

  ସ୍ୱଭାବର ବଶବର୍ତ୍ତୀ ।।



Rate this content
Log in

Similar oriya poem from Tragedy