STORYMIRROR

Debadatta Jena

Abstract Tragedy Inspirational

4  

Debadatta Jena

Abstract Tragedy Inspirational

ମୋକ୍ଷ..

ମୋକ୍ଷ..

1 min
216


ହେ ମୃତ୍ୟୁ.. 


ତୁମେ ନିତ୍ୟ, ଏବଂ ତୁମେ ସତ୍ୟ, 


ତୁମେ ନିରନ୍ତର.. !


ସେଥିପାଇଁ ତ ତୁମେ 


ସଚରାଚର,ନିରାଟ ସତ୍ୟ ବାସ୍ତବ, 


ତୁମେ ଧ୍ରୁବ ସତ୍ୟ..!


ହେ ମୃତ୍ୟୁ.. 


ତୁମେ ହିଁ ବାସ୍ତବ,ତୁମେ ହିଁ ଶାଶ୍ୱତ, 


ସୃଷ୍ଟି, ସ୍ଥିତି,ଅନ୍ତଃ..! 


ସେଥିପାଇଁ ତ ତୁମେ 


ସୃଷ୍ଟି ବିଲକ୍ଷଣ ଅବସ୍ଥିତି,ଅବଶେଷ 


ତୁମେ ନିତ୍ୟ,ନୈମିତ୍ୟ..!


ପ୍ରତି ଆଗମର ଅବଶେଷ ତମେ, 


ତୁମେ ଶେଷ ନିର୍ବିକଳ୍ପ..!


ହେ ମୃତ୍ୟୁ, 


ତୁମେ ଧ୍ବଂସ ଓ ତୁମେ ହିଁ ବିନାଶ, 


ସୃଷ୍ଟି ଓଁକାରରେ ତୁମେ 


ପ୍ରତି ଆରମ୍ଭର ଶେଷ, 


ପ୍ରତି ସୃଷ୍ଟି ଆୟମାରମ୍ଭେ ତୁମେ 


ପୁଣି ଭବିଷ୍ୟତ ସଂହାର..!




Rate this content
Log in

Similar oriya poem from Abstract