STORYMIRROR

Ranjan Kumar Khanda

Tragedy

4  

Ranjan Kumar Khanda

Tragedy

ଜୀବନର ଅଙ୍କ

ଜୀବନର ଅଙ୍କ

1 min
248

ଜୀବନର ଅଙ୍କ କେତେ ଯେ ଜଟିଳ 

ମିଳେ ନାହିଁ ତାର ଖିଅ 

ଅଡୁଆ ସୂତାରେ ଦିନ କଟିଯାଏ 

ମିଳେ ନାହିଁ ବଂଚିବାର ଯୁଅ  ll


ଜନମ ଆଗରୁ ମାଆର ଗର୍ଭରେ 

ଘାଣ୍ଟି ହେଉଥାଇ 

ସହି କୁର୍ମୀ ପଚା ଆଦି କେତେ ଗନ୍ଧ 

ପୁଣି ସମୟ ବ୍ୟବଧାନେ

ଜନନୀ ଜଠରୁ ଆସିଲି ଅପସରି 

ଦେଖିବାକୁ ନବ ଆଲୋକ  ll


କେଜାଣି କାହିଁକି ପୁଣ୍ୟାତ୍ମା ବୋଲି 

ମଣିଲେ ସର୍ବେ, 

ପୁଣି କଲେ କେତେ ଆଦର 

ଏ କୋଳରୁ ସେ କୋଳ 

ମହା ଆନନ୍ଦେ ଖେଳୁଥିଲି ନିତ୍ୟ ଖେଳ  ll


ଓଃ !

ସେ ଦିନ କି ଆଉ ଫେରିବ ମୋହର 

ପାଇବିକି ଆଉ ସେ ଖୁସି,  

ଚାହୁଁ ଚାହୁଁ ଦିନ ଗଲା କେବେ 

ପାରିଲିନି ରଖି ସେଦିନର ଅନୁଭୂତି  ll


ଦେଖିଲି ଯେବେ ମୁଁ ଦୁନିଆଟାକୁ 

ଲାଗିଲା ନିଜର ମତେ 

ବାପା-ମାଆ ଭାଇ-ଭଉଣୀ ମିଳିଲେ 

ମିଳିଲା ପରିଚୟ କେତେ  ll


କେ ବୋଲେ ତୁ ହବୁରେ ଡାକ୍ତର 

ହବୁ ତୁ ଇଂଜିନିଅର 

ଆଉ କେ ବୋଲେ ଦୁନିଆଟାକୁ 

କରିବୁରେ ନିଜର      ll


ଜାଣି ପାରିଲିନି କେମିତି ଆଜି ମୁଁ 

ହେଇଗଲି ଏତେବଡ଼ 

ଚାଲୁଥିବା ପିଠି ପଡ଼ିଲା ଅଟକି 

ହେଲି ସାରଥୀ ରଥର   ll


ସାଥି ବୋଲି ଯାହାକୁ ଭାବୁଛି ନିଜର 

ସେ ମତେ କଲା ସାତପର 

ଯାହାକୁ ଭାବୁଛି ବନ୍ଧୁ ମୋହର 

ସେ ମୋତେ କଲା ନିଜର  ll


କାରଣ ଖୋଜି ମୁଁ ପାଉନି ଭାଇ 

ଜୀବନର ଏଇ ଜଟିଳ ଅଙ୍କକୁ ନେଇ 

ଯାହାବି ଭାବୁଛି ଓଲଟା ଫଳୁଛି 

କାରଣ ନଥାଇ ଦଣ୍ଡ ମୁଁ ପାଉଛି ll



Rate this content
Log in

Similar oriya poem from Tragedy