ମାଆର ମୃତ୍ୟୁ
ମାଆର ମୃତ୍ୟୁ
କେତେ କଦର୍ଯ୍ୟ ସତେ ଆସଇ ମୃତ୍ୟୁ
ଆଖି ପିଛୁଳାକେ ସବୁ ହୁଅଇ ଛତୁ
କାହାର ଆହାର ଅବା କାହାର ବିକଳ
ସବୁ ସରିଯାଏ ପୁରେ ଉଦର
ବିକଳେ ବେଙ୍ଗୁଲି ଯେପରି କାନ୍ଦେ
ବାଘ ପାଟିରେ ହରିଣ ଯେପରି ପଡ଼େ
ମଣିଷଟିଏ ବିକଳେ ବହୁ ଚିତ୍କାରେ
କେହି ନଶୁଣିଲେ ଅଲୋଡ଼ା ହୋଇ ପଡ଼େ ll
ଆହାଃ !
ସତେ କେଡେ ନିର୍ଦୟ ଏହି ଜନ୍ତୁ ଗୋଡ଼ାକ
ଦେଖନ୍ତି ନାହିଁ ସେ ପର ସଂସାର ଦୁଃଖ
ମାଆ ବିହୁନେ କେ ରହି ପାରିବ
ନିଜ ଜୀବନ ବାଟ କେମିତି ଚାଲିବ
ଏମିତି ଜୀବନ କିଏ ସେ ଦେବ
ଦେବା ବାଲା ତ ଆଉ ନଥିବ ll
ମାଆର କଷ୍ଟ କିଏ ବା ସହିବ
ସହିବା ଲୋକ କାହୁଁ କହିବ
ଯେବେ ସେ ଅକାଳେ ଯିବ
କେତେ କଷ୍ଟ ସତେ ନ ଲାଗିବ ll
କହୁଛି ଶୁଣ ହୋ ମୋ
ସାହି ସହୋଦର
ଏକ ଦିନେ ମାଆ ଯାଇଥିଲା କାଜୁବଣ
ନିଛାଟିଆ ପୁଣି ଘଞ୍ଚ ବଗିଚା
ଜାଣି ନଥିଲା ଜଗିଛି ଚିତା
କାଜୁ ଡାଳରେ ହାତ ଯେ ଦେଲା
କାହୁଁ ଚିତା ଆସି ଝାମ୍ପ ମାରିଲା
ବଞ୍ଚାଅ ବଞ୍ଚାଅ ଲୋ
ମୋତେ ବାଘ ଖାଇଗଲା
ବଞ୍ଚାଅ ଲୋ ମୋତେ ବାଘ ଖାଇ ଗଲା
କେତେ ଯେ ବିକଳେ ଡାକ ଛାଡ଼ିଲା
ନିର୍ଦୟ ଚିତା ତିଳେ ନ ଟଳିଲା
ବିକଳ ରୋଦନ କିଛିକ୍ଷଣ ଚାଲିଲା
ସବୁଦିନ ପାଇଁ ମାଆ ଆଖି ବୁଜିଲା ll
ଚାଲିଲା ଗବେଷଣା ବାଘକୁ ନେଇ
କେମିତି ସେ ବାଘ ଆକାରକୁ ନେଇ
ମାଆକୁ ଭୁଲିଲେ ଭୁଲିଲେ ଦୁଃଖକୁ
ଟଙ୍କା ପାଇଁ ହେଲେ ଉଙ୍କୁପୁଙ୍କୁ
ସୋସିଆଲ ମିଡ଼ିଆ ବାଟ ଦେଖାଇଦେଲା
ଟଙ୍କା ପାଇବାର ରାସ୍ତା ଫିଟାଇ ଦେଲା ll
କି ଜୀବନ ସତେ ସେ ମାଆର ଥିଲା
ଦୁଃଖ ଯାତନା କେତେ ସହି ନଥିଲା
କେବଳ କୃତ୍ୟ କରି ମଣିଷ ଭାବୁଛି ନିଜକୁ
ନିଜ ପଥ ଏବେ ଦେଖିବା ଆଗକୁ
ଛି ଛି ରେ ନିର୍ଲଜ ମଣିଷ ଜାତି
ବଂଶ ବୋଡ଼ିଲା ବେଳେ ଘୋଡାମୁହାଁ ଜନ୍ମନ୍ତି ll
