STORYMIRROR

Ranjan Kumar Khanda

Fantasy Inspirational

3  

Ranjan Kumar Khanda

Fantasy Inspirational

ଦୂର ପରବତ

ଦୂର ପରବତ

1 min
201


ଦୂର ପରବତ ଅଟଇ ସୁନ୍ଦର 

ଦେଖି ରହିଯିବ ହୃଦୟ ମନ୍ଦିର 

ଆହାରେ କି ଯାଦୁ ବୁଳିଛୁ ତୋ ଦେହେ 

ଦୂରେ ଥାଇ ଅନୁଭବି ଆତ୍ମହରା ହୁଏ ll 


ଗୁଆ ତାଳ ପୁଣି କେତେ କିସମର 

ଆକାଶରେ ଭାଙ୍ଗୁଛନ୍ତି ଲହଡ଼ି ଆସର 

ପୁଣି କେତେ କେତେ ଉଡ଼ନ୍ତି ଆକାଶେ 

ସୁନେଲି କିରଣେ ହୋଇ ବିମୁହିତେ ll 


ଜାଣେ ନାହିଁ ସେ ଅନ୍ତର ଅତିଥି 

ଆସି ପଶିଯାଏ ଜଣାନାହିଁ କିଛି 

କେତେ ବେଳେ ପୁଣି ଯାଏ ସେ ବାହୁଡ଼ି 

ଖୁଜିଲେ ମିଳେନା ତାର ଅନ୍ତର ଶିକୁଳି ll 


ଦୂରେ ଥାଇ ଲାଗେ ସତେ ଅତି ନିଜର 

ପାଖେ ଆସିଲେ କି ସେ ହୁଅଇ ଅନ୍ତର 

କି ଲେଖା ଲେଖିଛି ଆହାରେ ବିହି 

ବିଚିତ୍ର ଦୁନିଆ ପାଖେ ସବୁ ଯାଏ ରହି ll 


ବଡ଼ ଠାରୁ ସାନ ସଭିଏଁ ସମାନ

ନାହିଁ ଆଉ କିଛି ଗୁଣନ ହରଣ 

ମାତର ଏକଥା କେ ବୁଝୁଛି ଆଜି 

ଅହଂକାର ପଡ଼ିଆରେ ଖୋଜେ ନିଜର ସ୍ଥିତି ll 


ଦୂରରୁ ଜୁହାର ସତେ ନିଜର 

ଛଳନାକୁ କାଟେ କଥା ଜହର 

ବହୁ ରଙ୍ଗ ବୋଳି ଅତର ସହିତ 

ମିଶାଏ ଯେସନ କଥା କୁହୁକ ll 


କେ ଜାଣେ ଏହି ଛଦ୍ମର ଜାଲ 

ଲକ୍ଷ୍ୟ ଆଢୁଆଳେ ରହି କରେ ଫସଲ 

କରେ ଅମଳ ଲାଭ ଭିତର ଖାଲ 

ପଶଇ ଯେ ଇତର ହୁଅଇ ଭାଲ ll 


ଆଗୁ ହୁସିଆର ହୁଅରେ ଭାଇ 

ଦୂରଭାଷୀ ଭକ୍ତଠୁ ଦୂରରେ ରହି 

ଜପୁଥିବେ ମିଛେ ଗୁଣ କୀର୍ତ୍ତନ 

କରୁଥିବେ ପଛେ ମନ୍ଦ ଚିନ୍ତନ ll 












ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy