ଦୂର ପରବତ
ଦୂର ପରବତ
ଦୂର ପରବତ ଅଟଇ ସୁନ୍ଦର
ଦେଖି ରହିଯିବ ହୃଦୟ ମନ୍ଦିର
ଆହାରେ କି ଯାଦୁ ବୁଳିଛୁ ତୋ ଦେହେ
ଦୂରେ ଥାଇ ଅନୁଭବି ଆତ୍ମହରା ହୁଏ ll
ଗୁଆ ତାଳ ପୁଣି କେତେ କିସମର
ଆକାଶରେ ଭାଙ୍ଗୁଛନ୍ତି ଲହଡ଼ି ଆସର
ପୁଣି କେତେ କେତେ ଉଡ଼ନ୍ତି ଆକାଶେ
ସୁନେଲି କିରଣେ ହୋଇ ବିମୁହିତେ ll
ଜାଣେ ନାହିଁ ସେ ଅନ୍ତର ଅତିଥି
ଆସି ପଶିଯାଏ ଜଣାନାହିଁ କିଛି
କେତେ ବେଳେ ପୁଣି ଯାଏ ସେ ବାହୁଡ଼ି
ଖୁଜିଲେ ମିଳେନା ତାର ଅନ୍ତର ଶିକୁଳି ll
ଦୂରେ ଥାଇ ଲାଗେ ସତେ ଅତି ନିଜର
ପାଖେ ଆସିଲେ କି ସେ ହୁଅଇ ଅନ୍ତର
କି ଲେଖା ଲେଖିଛି ଆହାରେ ବିହି
ବିଚିତ୍ର ଦୁନିଆ ପାଖେ ସବୁ ଯାଏ ରହି ll
ବଡ଼ ଠାରୁ ସାନ ସଭିଏଁ ସମାନ
ନାହିଁ ଆଉ କିଛି ଗୁଣନ ହରଣ
ମାତର ଏକଥା କେ ବୁଝୁଛି ଆଜି
ଅହଂକାର ପଡ଼ିଆରେ ଖୋଜେ ନିଜର ସ୍ଥିତି ll
ଦୂରରୁ ଜୁହାର ସତେ ନିଜର
ଛଳନାକୁ କାଟେ କଥା ଜହର
ବହୁ ରଙ୍ଗ ବୋଳି ଅତର ସହିତ
ମିଶାଏ ଯେସନ କଥା କୁହୁକ ll
କେ ଜାଣେ ଏହି ଛଦ୍ମର ଜାଲ
ଲକ୍ଷ୍ୟ ଆଢୁଆଳେ ରହି କରେ ଫସଲ
କରେ ଅମଳ ଲାଭ ଭିତର ଖାଲ
ପଶଇ ଯେ ଇତର ହୁଅଇ ଭାଲ ll
ଆଗୁ ହୁସିଆର ହୁଅରେ ଭାଇ
ଦୂରଭାଷୀ ଭକ୍ତଠୁ ଦୂରରେ ରହି
ଜପୁଥିବେ ମିଛେ ଗୁଣ କୀର୍ତ୍ତନ
କରୁଥିବେ ପଛେ ମନ୍ଦ ଚିନ୍ତନ ll