STORYMIRROR

Ranjan Kumar Khanda

Romance

3  

Ranjan Kumar Khanda

Romance

ନାୟିକା

ନାୟିକା

1 min
176

ନୁହେଁ ସେ ମାନିନୀ ନୁହେଁ ସେ କାମିନୀ 

ନୁହେଁ ଅବା ଅଭିମାନିନୀ 

ସିଏ ଏକା ମୋର ଜୀବନ କାରିଣୀ 

ମୁହିଁ ପରା ତାର ଦାସ 

ଯେବେ ସେ ଆସେ ଅନ୍ତର ଦୁହଲେ 

ହୋଇଯାଏ ମୁଁ ନିଃଶେଷ  ll


ଜୀବନରେ କେବେ ଦେଇନି ମୁଁ ଫୁଲ 

ଦେଇନି ଅବା ଉପହାର 

ଦେବାପାଇଁ ଯେତେ ଇଚ୍ଛା ଥିଲେବି 

ପାଏ ନାହିଁ ସାହସ ମୋର  ll


କାହିଁକି କେଜାଣି ବୁଝେ ନାହିଁ ମନ 

ହେଉଥାଏ ଛନ ଛନ 

ନାୟିକା ସେ ମୋହର 

ମୁଁ ଯେ ତାହାର 

ସ୍ୱପ୍ନ ବୋଳା ସାଥୀ 

କେଜାଣି କାହିଁକି ସଂଶୟ ହେଉଛି 

କରିଛି କି ତା ଜୀବନସାଥୀ  ll


କହି ମୁଁ ପାରୁନି ତୁମେ ଯେ 

ମୋହର ହୃଦୟର ଅଛ ବୋଲି 

ଡର ଲାଗେ ପୁଣି କେଜାଣି କାହିଁକି 

ତୁମର ହସକୁ ଦେଖି  

କାଳେ କେହି ଆସି ହାବୋଡ଼ି ପଡ଼ିବେ 

ନେଇଯିବେ ସବୁ ମୋର ଖୁସି ll


ତେଣୁ କରି ସିନା ଗୋପତେ ଦେଖେ ମୁଁ 

ଗଛ ଆଢୁଆଳେ ଥାଇ 

ତୁମେ ଯାଉଥିବା ରାସ୍ତାର ଧୂଳିକୁ 

ଆଞ୍ଜୁଳି ଭିତରେ ତୂଳୀ ଧରି ମୁହିଁ  ll

----:? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance