ନାୟିକା
ନାୟିକା
ନୁହେଁ ସେ ମାନିନୀ ନୁହେଁ ସେ କାମିନୀ
ନୁହେଁ ଅବା ଅଭିମାନିନୀ
ସିଏ ଏକା ମୋର ଜୀବନ କାରିଣୀ
ମୁହିଁ ପରା ତାର ଦାସ
ଯେବେ ସେ ଆସେ ଅନ୍ତର ଦୁହଲେ
ହୋଇଯାଏ ମୁଁ ନିଃଶେଷ ll
ଜୀବନରେ କେବେ ଦେଇନି ମୁଁ ଫୁଲ
ଦେଇନି ଅବା ଉପହାର
ଦେବାପାଇଁ ଯେତେ ଇଚ୍ଛା ଥିଲେବି
ପାଏ ନାହିଁ ସାହସ ମୋର ll
କାହିଁକି କେଜାଣି ବୁଝେ ନାହିଁ ମନ
ହେଉଥାଏ ଛନ ଛନ
ନାୟିକା ସେ ମୋହର
ମୁଁ ଯେ ତାହାର
ସ୍ୱପ୍ନ ବୋଳା ସାଥୀ
କେଜାଣି କାହିଁକି ସଂଶୟ ହେଉଛି
କରିଛି କି ତା ଜୀବନସାଥୀ ll
କହି ମୁଁ ପାରୁନି ତୁମେ ଯେ
ମୋହର ହୃଦୟର ଅଛ ବୋଲି
ଡର ଲାଗେ ପୁଣି କେଜାଣି କାହିଁକି
ତୁମର ହସକୁ ଦେଖି
କାଳେ କେହି ଆସି ହାବୋଡ଼ି ପଡ଼ିବେ
ନେଇଯିବେ ସବୁ ମୋର ଖୁସି ll
ତେଣୁ କରି ସିନା ଗୋପତେ ଦେଖେ ମୁଁ
ଗଛ ଆଢୁଆଳେ ଥାଇ
ତୁମେ ଯାଉଥିବା ରାସ୍ତାର ଧୂଳିକୁ
ଆଞ୍ଜୁଳି ଭିତରେ ତୂଳୀ ଧରି ମୁହିଁ ll
----:?

