ବେଗୁନିଆ
ବେଗୁନିଆ
ନୁହେଁ ସେ କୌଣସି ବ୍ୟକ୍ତିର ନାମ
ଅଥବା ନୁହେଁ ସେ ସହରର ନାମ
ଅଟେ ସେ ବୃକ୍ଷ ଜାତିର ନାମ
ବେଗୁନିଆ ବୁଲି ଜାଣେ ଜଗତ
କରେ ଆଦର ତାକୁ କରି ଆୟତ୍ତ ll
ପୋକ କୀଟ ଆଦିର ସେ ବିନାଶକ
ପୁଣି ଦାନ୍ତମାଢ଼ିର ବଢ଼ାଏ ଚମକ
ଏତେ ବୋଲି ଯଦି ଜାଣି କେ ହୁଏ ଅବିବେକ
ତା ଠାରୁ ବଳି ମୄଢ଼ ସଂସାରେ ନାହିଁ କେ ଲୋକ ll
ତ୍ରିଶାଖା ପତର ତାର ସବୁଜ ରଙ୍ଗ
ବେଲ ପତ୍ର ସମ ଲାଗଇ ଭ୍ରମ
ଗୁଣାଗୁଣ ବିଚାର କରଇ ଯେବେ
ନିଜସ୍ୱ ଗୁଣରେ ଗୁଣଇ ଭବେ ll
ଜୀବନ ନାଟିକା ତାର ବୀଜରୁ ଅଙ୍ଗ
ଶରୀରରୁ କାଟି ପୁଣି ବାହାରେ ନୂତନ ଅଙ୍ଗ
ଉଠେ ସେ ଜଙ୍ଗଲେ ପୁଣି ଉଠେ ସେ ବିଲେ
କାୟା ମେଲାଇ ସୂଚାଏ ଜୀବନର ମୂଲ୍ୟ ll
ଜୀବନ ନୁହଇଁ କେବଳ ସୁଖ ଭୋଗ ପାଇଁ
କଣ୍ଟକିତ ପଥେ ବାଟ ଚାଲିବା ପାଇଁ
ତେବେ ତୁ ଜାଣିବୁ ଜୀବନର ମୂଲ
ଭାଙ୍ଗି ଗଢ଼ି ଠିଆ ହେବା ପାଇଁ ଶିଖିବା
ବେଗୁନିଆ ପରି ପୁଣି କଅଁଳିବା
ନାନାଦି କୀଟକୁ ବିନାଶ କରି
ନୂତନ ଚମକ ପୁଣି ନୂତନ ଆଶା ସଂଚାରଇ ll
