STORYMIRROR

Ranjan Kumar Khanda

Romance

3  

Ranjan Kumar Khanda

Romance

ପ୍ରେମ ନା ସେ ପ୍ରତାରଣା

ପ୍ରେମ ନା ସେ ପ୍ରତାରଣା

1 min
196


ଅଳ୍ପ ଶ୍ୱାସରେ ରୁନ୍ଧି ହୋଇଯାଏ 

ହୃଦୟର ତନ୍ତ୍ରୀମାନ 

ଅଳ୍ପ ରାଗରେ ବାନ୍ଧି ହୋଇଯାଏ 

ଭଲ ପାଇବାର ତୋରଣ 

ଅଳ୍ପ କଥାରେ ଗଳ୍ପ ହୋଇଯାଏ 

ପ୍ରେମ-ଫଲ୍ଗୁର ନିହାଣ 

ମାତ୍ର ଅଳ୍ପ ସନ୍ଧେହରେ ଭାଙ୍ଗିଯାଏ 

ଭଲ ପାଇବାର ପବିତ୍ର ବନ୍ଧନ lll


କାହିଁକିଓ ସାଥୀ ଭଲ ପାଉଥିଲ 

ଦେଇ ମିଛେ ତୁମରି ମନ 

କାହିଁକି ମିଛେ ଦେଖାଉଥିଲ

କେତେ କେତେ ସ୍ବପ୍ନମାନ 

କାହିଁକି ପୁଣି ବାନ୍ଧୁଥିଲ ମିଛେ 

ପ୍ରେମ -ସମ୍ପର୍କର ତୋରଣ 

ଅଧବାଟେ ଛାଡ଼ି ଚାଲିଗଲ ଆଜି 

କି! ସୁଖ ପାଇଣ lll


ମୁଁ ଯେ ଆଜି ଅସହାୟ ତୁମ ବିନା 

ପାରୁନି କୋହକୁ ସମ୍ଭାଳି 

ମନର କଥାକୁ କହିବାକୁ ଆଜି 

ପାଉନି କାଗଜ-କାଳି 

ତୁମରି ବିଚ୍ଛେଦ ଲାଗେ ମୋତେ ଆଜି 

ନର୍କଠାରୁ ବି ବହୁ କଷ୍ଟ 

କି ଛୁରା ଘାତ କି ଚାବୁକ କଷ୍ଟ 

ଲାଗେ ସବୁ ଏକା ଏକା 

କାହିଁକିଓ ସାଥୀ ମିଛେ ଭଲ ପାଉଥିଲ 

ଚାଲିଗଲ କରି ଆଜି ମୋତେ ଏକା lll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance