STORYMIRROR

Ranjan Kumar Khanda

Inspirational

4  

Ranjan Kumar Khanda

Inspirational

ଜନ୍ଦା

ଜନ୍ଦା

1 min
206


ଜନ୍ଦା ବୋଲି ଅଟେ ନାମଟି ମୋର 

ନୁହଁଇ ଶକତ ଅଟେ ମୁଁ ଛାର 

ଛଅ ଗୋଡ଼ ପୁଣି ଦୁଇଟି ଶିଙ୍ଗ 

ସେଥିରେ କରଇ ଅନେକ କାର୍ଯ୍ୟ ll 


ବଡ଼ ଗୋଡ଼ ଅଟେ ଚାରୋଟି ମୋର 

ସାନ ଗୋଡ଼ ଥାଏ ମଝିରେ ମୋର  

ରହେ ମୁଁ ଯେଉଁଠି ସେଇଠି ମୋ ଘର 

ଅଟଇ ପବିତ୍ର ମନ୍ଦିର ମୋର  ll 


ବିଶାଳ ମନ୍ଦିର ନୁହେଁ ମୋ ଘର 

ମାଟି ତଳେ ଥାଏ ମୋ ସୁଖୀ ଘର 

ଧନ ସମ୍ପଦରେ ଥାଏ ସଦା ପୁରି 

ରହେନା କେବେ ବି ଗରିବି ମୋହରି   ll


ମଣିଷ ଭଳି ମୁଁ ନୁହଁଇ ଆଳସ୍ୟ 

ରହେ ସଦା ମୋର ଚିତ୍ତ ସରସ 

କରଇ କାମ ମୁଁ ପ୍ରଫୁଲ୍ଲ ମନେ 

ରୁହଇ ଜୀବନ ଆନନ୍ଦ ମନେ  ll


ବିଶାଳ ଠାରୁ ହୃଦ ଗଙ୍ଗା ଠାରୁ ଶୁଦ୍ଧ 

ଅଟଇ ମଣିଷର ଜୀବନ ସୁଖ 

ମାତର ଆଳସ୍ୟ ସ୍ଵଭାଵ ମନେ ରଖି ନିରନ୍ତର

ବିଳାସ ବ୍ୟସନେ ପାଉଥାଏ କେତେ ଦୁଃଖ  ll 


ତେଣୁ ହେ ମଣିଷ ମାନ ମୋର ବାକ୍ୟ 

କରନି ହେଳା ସମୟଯାକ 

କର୍ତ୍ତବ୍ୟକୁ ନିଜର ଗୁରୁ ମଣି 

କରି ଚାଲ ଶରୀରକୁ କରିଣ ପାଣି  ll


ଦେଖିବ ଦିନେ ପର୍ବତ ନିଜକୁ 

ଛୋଟ ମଣିବ ଦେଖି ତୁମକୁ 

ମିଥ୍ୟା ନୁହଁଇ ବଚନ ମୋର 

କହେ ମୁଁ ନୀଚ ଛାର ପାମର  ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational