STORYMIRROR

Ranjan Kumar Khanda

Fantasy Others

4  

Ranjan Kumar Khanda

Fantasy Others

ବେଗୁନିଆ

ବେଗୁନିଆ

1 min
240


ନୁହେଁ ସେ କୌଣସି ବ୍ୟକ୍ତିର ନାମ 

ଅଥବା ନୁହେଁ ସେ ସହରର ନାମ 

ଅଟେ ସେ ବୃକ୍ଷ ଜାତିର ନାମ 

ବେଗୁନିଆ ବୁଲି ଜାଣେ ଜଗତ 

କରେ ଆଦର ତାକୁ କରି ଆୟତ୍ତ ll


ପୋକ କୀଟ ଆଦିର ସେ ବିନାଶକ 

ପୁଣି ଦାନ୍ତମାଢ଼ିର ବଢ଼ାଏ ଚମକ 

ଏତେ ବୋଲି ଯଦି ଜାଣି କେ ହୁଏ ଅବିବେକ 

ତା ଠାରୁ ବଳି ମୄଢ଼ ସଂସାରେ ନାହିଁ କେ ଲୋକ ll


ତ୍ରିଶାଖା ପତର ତାର ସବୁଜ ରଙ୍ଗ 

ବେଲ ପତ୍ର ସମ ଲାଗଇ ଭ୍ରମ 

ଗୁଣାଗୁଣ ବିଚାର କରଇ ଯେବେ 

ନିଜସ୍ୱ ଗୁଣରେ ଗୁଣଇ ଭବେ ll


ଜୀବନ ନାଟିକା ତାର ବୀଜରୁ ଅଙ୍ଗ 

ଶରୀରରୁ କାଟି ପୁଣି ବାହାରେ ନୂତନ ଅଙ୍ଗ 

ଉଠେ ସେ ଜଙ୍ଗଲେ ପୁଣି ଉଠେ ସେ ବିଲେ 

କାୟା ମେଲାଇ ସୂଚାଏ ଜୀବନର ମୂଲ୍ୟ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy