ଚିରନିଦ୍ରା
ଚିରନିଦ୍ରା
1 min
338
ଜନମ ଯେଉଁଠି ମରଣ ସେଇଠି
କରମ ଯେଉଁଠି ଧରମ ସେଇଠି
ସୁଖ ଯେଉଁଠି ଦୁଃଖ ସେଇଠି
ସେଇଠି ଭାଗ୍ୟର ଡୋରି
କିଏ ଅବା ଏହି ସରଳ ରେଖାରୁ
ଯିବ ଅବା ଅପସରି ll
କେହି ରହିନାହିଁ ଅବା ରହିବେ ନାହିଁ
ସବୁଦିନ ହୋଇ ରାଜା
ଦିନା କେତେ ରହି ଓହରି ଆସିବେ
ହେବେ ପୁଣି ସେହି ପ୍ରଜା
ଯଉ ଶାସନରେ ପ୍ରଜା ପାଳୁଥିଲେ
ଦେଖାଇ ଗମ୍ଭୀର ଛାତି
କାହିଁ ଗଲା ଆଜି ସେହି ସମୟ
ନେଲୁ ତୁ ଚିର ସମାଧି ll
ଖାଲି କରି ମନମାନୀ
ନିଜ କଥାରେ ଅଟଳ ରହୁ
ନଶୁଣି କାହାରି ବାଣୀ
ସାହି ସହୋଦର ସମସ୍ତେ ତୋହର
ଭୁଲିଲୁ ଏକଥା ମାନ
ସମସ୍ତଙ୍କ ଠାରୁ ସମ୍ପର୍କ ହରାଇ
ହେଲୁ କାହିଁ ହୀନିମାନ ll
ଦେଖିଲୁ ନାହିଁ ତୁ ଭୁତ ଭଵିଷ୍ୟକୁ
ମଣିଲୁ ଶ୍ରେଷ୍ଠ ଅହଂକାରେ
ବେଳ ତ ଆସିଲା ଶୋଇବା ପାଇଁରେ
ଏବେ ଚିରନିଦ୍ରାରେ ll
