STORYMIRROR

Ranjan Kumar Khanda

Others

4  

Ranjan Kumar Khanda

Others

ଚିରନିଦ୍ରା

ଚିରନିଦ୍ରା

1 min
343


ଜନମ ଯେଉଁଠି ମରଣ ସେଇଠି 

କରମ ଯେଉଁଠି ଧରମ ସେଇଠି 

ସୁଖ ଯେଉଁଠି ଦୁଃଖ ସେଇଠି 

ସେଇଠି ଭାଗ୍ୟର ଡୋରି 

କିଏ ଅବା ଏହି ସରଳ ରେଖାରୁ 

ଯିବ ଅବା ଅପସରି   ll


କେହି ରହିନାହିଁ ଅବା ରହିବେ ନାହିଁ 

ସବୁଦିନ ହୋଇ ରାଜା 

ଦିନା କେତେ ରହି ଓହରି ଆସିବେ 

ହେବେ ପୁଣି ସେହି ପ୍ରଜା 

ଯଉ ଶାସନରେ ପ୍ରଜା ପାଳୁଥିଲେ 

ଦେଖାଇ ଗମ୍ଭୀର ଛାତି 

କାହିଁ ଗଲା ଆଜି ସେହି ସମୟ 

ନେଲୁ ତୁ ଚିର ସମାଧି  ll


ଖାଲି କରି ମନମାନୀ 

ନିଜ କଥାରେ ଅଟଳ ରହୁ 

ନଶୁଣି କାହାରି ବାଣୀ 

ସାହି ସହୋଦର ସମସ୍ତେ ତୋହର 

ଭୁଲିଲୁ ଏକଥା ମାନ 

ସମସ୍ତଙ୍କ ଠାରୁ ସମ୍ପର୍କ ହରାଇ 

ହେଲୁ କାହିଁ ହୀନିମାନ  ll


ଦେଖିଲୁ ନାହିଁ ତୁ ଭୁତ ଭଵିଷ୍ୟକୁ 

ମଣିଲୁ ଶ୍ରେଷ୍ଠ ଅହଂକାରେ 

ବେଳ ତ ଆସିଲା ଶୋଇବା ପାଇଁରେ

ଏବେ ଚିରନିଦ୍ରାରେ  ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍