ବନ୍ଧନ
ବନ୍ଧନ
ବନ୍ଦ ତ ମୁଁ ସେବେଠୁ ହୋଇସାରିଛି
ଯେବେଠୁ ତୁମର ବାହୁ
ମୋତେ ସ୍ପର୍ଶ କରିଛି
ସେବେଠୁ ବନ୍ଦ ହୋଇସାରିଛି
ଯେବେଠୁ ତୁମର ଇଶାରା
ମୋତେ ଆନମନା କରିଛି
ସେବେଠୁ ମୁଁ ବନ୍ଦ ହୋଇଛି
ଯେବେ ତୁମେ ମୋତେ
ଶବ୍ଦର ରଜ୍ଜୁରେ
ବନ୍ଧନ କରିବାର
ପ୍ରୟାସ କରିଛ..
ହଁ, ସେବେଠୁ ମୁଁ
ବନ୍ଦୀର ଜୀବନ ବଂଚିଛି
ମାତ୍ର କେବେ ଅନୁଭବ
କରିବାକୁ ବାଧ୍ୟ କରିନି..
ମୁଁ ନୁହେଁ ବରଂ
ତୁମେ ମୋର ଏଇ
ଶବ୍ଦ ରୂପି ଜାଲରେ
ଛନ୍ଦି ହୋଇ ସାରିଛ....

