STORYMIRROR

Kali Kumar

Abstract Romance Tragedy

4  

Kali Kumar

Abstract Romance Tragedy

ଦୁଃଖ

ଦୁଃଖ

1 min
267

କେବେ ପାହାଡ଼କୁ କାନ୍ଦିବାର ଦେଖିଛ !

ଝରଣାକୁ ପଚାର,

ସେ କହିବ ତା' ଲୁହର ଠିକଣା ।।

କେବେ ଅନ୍ଧକାରକୁ ଡରିବାର ଦେଖିଛ !

ରାତିକୁ ପଚାର,

ସେ କହିବ ତା' ଭୟର ଅଗଣା ।।

କେବେ କଇଁକୁ ଝୁରିବାର ଦେଖିଛ !

ସରସୀକୁ ପଚାର,

ସେ କହିବ ତା' ପ୍ରେମର ଲାଂଛନା  ।।

କେବେ ସ୍ବପ୍ନକୁ ମଉଳିବାର ଦେଖିଛ !

ନିଦକୁ ପଚାର,

ସେ କହିବ ତା' ବିରହର ଯନ୍ତ୍ରଣା ।।


Rate this content
Log in

Similar oriya poem from Abstract