STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy

ପବନ ମୁଁ ଖାଲି

ପବନ ମୁଁ ଖାଲି

1 min
258


ଯୋଗଜନ୍ମା ନୁହେଁ ମୁଁ ତାପସୀ

ଭୋଗିବାକୁ ଲଙ୍କପତି ପୂରୀ ....

ପ୍ରିତିମଗ୍ନା ନୁହେଁ ରେ ପ୍ରେୟସୀ

କାମଦେବେ ନେବୁବୋଲି ବରି ।।

ଅଦେହାରି ନୁହେଁ ରେ ନବୀନା

ଯୋଗ ସିଦ୍ଧେ ପବିତ୍ର ମୋ ଦେହ ....

ଯୁଗ୍ମ ଭାଷି ନାହିଁ ଗଣିକାରେ

ପଣ ମୋର ପୀରତି ନିର୍ଣ୍ଣୟ ।।

ଭାବ ସିନା ଅଭାବ ନୁହେଁ ମୁଁ

ରସିକଠୁଁ କେଉଁ ଗୁଣେ ତୁଚ୍ଛ ....

ମନ ମୋର ଚଞ୍ଚଳିତ ସିନା

ପାଣି ଠାରୁ ସବୁବେଳେ ସ୍ୱଚ୍ଛ ।।

ଭ୍ରମର ମୁଁ ନୁହେଁରେ ମାନସୀ

ରୂପ ଛଳେ ହେବି ପ୍ରତାରିତ ....

ରାସ ରସେ ରସିକେନ୍ଦ୍ର ନୁହଁ

ରୂପ ମୋର ନିତ୍ୟ ଅନାୟତ ।।

ପବନ ମୁଁ ଅଦେହି ସ୍ଵଦେହେ

ନିତ୍ୟ ମୋର ସଞ୍ଚରଣ କ୍ରମ ....

ମିଛେ କାହିଁ ମୋଠାରେ ଲାଳସୀ

ବୃଥା ସ୍ପର୍ଶେ ହେଉଥାଉ ଭ୍ରମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy