STORYMIRROR

Usharani Sahoo

Tragedy

4  

Usharani Sahoo

Tragedy

ଶ୍ମଶାନ

ଶ୍ମଶାନ

1 min
333


ମର୍ତ୍ତ୍ୟମଣ୍ଡଳରେ ଦେହ ବହି

ଦେବତା ହୋଇଲେ ମରଇ

ଜୀବନେ ବାସ୍ତବ ସତ୍ୟ ଏହି

ଶୁଣିଥା ଧନ ମନ ଦେଇ।


ମିଛର ମାୟାର ଯେ ସଂସାର

କେହିବି ନୁହଁନ୍ତି ତୋହର

ମୋହର ମାୟାର ବନ୍ଧନରେ

ଭାବିଥାଉରେ ତୁ ନିଜର।


ଭାଇ ବନ୍ଧୁ ଆତ୍ମୀୟ ସ୍ୱଜନ

କେହି ନ ଥିବେ ତୋ ସାଥିରେ

ଶୂନ୍ୟ ହସ୍ତେ ଆସି ବନ୍ଧନ ଭୁଲି

ଚାଲିଯିଵୁ ଶୂନ୍ୟ ହସ୍ତରେ।


ସମୟ ଚକେ ସଂସାର ଘୁରେ

ଘୁରୁଅଛି ଜୀବନ ରଥ

ଜୀବନ ତୈଳ ସରିଲେ ବାବୁ

ଧରିଵୁ ଯେ କୋକେଇ ହାତ।


ମଣିଷ ଜୀବନ ଅଢେଇ ଦିନ

ପାଣିର ଫୋଟକାଟେ ପରି

ପ୍ରାଣ ଚାଲିଗଲେ ପିଣ୍ଡରୁ ତୋର

ଘରୁ ହୋଇଯିବୁ ବାହାରି।


ଆପଣା ଲୋକ ପର ହୋଇଵେ

ମଡ଼ା ବୋଲି କହୁଥିଵେ।

ଛୁଆଁ ଅଛୁଆଁ ଭାବ ଦେଖାଇ

ଦୂରେଇ ଦୂରେଇ ସେ ଯିବେ।


ମୃତ୍ୟୁ ପରେ ହେବ ଗୁଣଗାନ

ଯେତେ କର୍ମ ତୁ କରିଥିଵୁ

ସୁକର୍ମ କଲେ ତୋ ଜୟ ଗାନ

କୁକର୍ମେ ନିନ୍ଦିତ ହୋଇବୁ।


ମୋର ବୋଲି ଯାହା କହୁଥିଵୁ

କିଛି ବି ନ ହେବ ନିଜର

ଶେଷ ନିଃଶ୍ୱାସେ ଅନ୍ତିମ ଶଯ୍ୟା

ପାଖରେ ଥିବ ଯେ ତୋହର।


ଛଅ ଖଣ୍ଡ କାଠ ପାଳ ଦଉଡ଼ି

ବିଞ୍ଚୁଥିବେ ପାଖରେ ଖଇ

ଗାଢ଼ ନିଦ୍ରାରେ ଅଚିନ୍ତା ଭାବେ

ଶାନ୍ତିରେ ଯିବୁ ତୁହି ଶୋଇ।


ନ ଥିବ ତୋ ପାଖେ ଡଲପ କି ଗଦି

ନ ଥିବ ଏସି କୁଲର

ଫୁଙ୍ଗୁଳା ଶରୀର କାଠ ପରେ ଥିବ

ଶ୍ମଶାନ ଖାଲି ନିଜର।


ସବୁ କାର୍ଯ୍ୟକ୍ରମ ଭୁଲି ଯାଇ ସବୁ

ଶ୍ମଶାନକୁ ଚାଲିଯିବୁ

ଜୀବନର ଏହି ଅନ୍ତିମ ଶଯ୍ୟାକୁ

ଆଦରି ଯେ ତୁହି ନେବୁ।


ମିଛ ବନ୍ଧନୁ ମାୟା ସଂସାରୁ

ମୁକତି ପଥ ଲାଭ ପାଇଁ

ହେ ଚକ୍ରଧାରୀ ଶୁଣ ଗୁହାରି

ଭଵସାଗରୁ କର ପାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy