STORYMIRROR

Debabrata Mishra

Tragedy Others

4  

Debabrata Mishra

Tragedy Others

ରକ୍ତର ଦୁର୍ବଳତା

ରକ୍ତର ଦୁର୍ବଳତା

1 min
248


ଭାବନା ଗୁଡ଼ିକ ସତେ ଆତ୍ମହତ୍ଯା କରିଦିଅନ୍ତି

ମନର ପଙ୍ଖାରେ ଚିନ୍ତାର ରଶି ଲଗାଇ, 

ସେ ପ୍ରଶ୍ନ ଗୁଡ଼ିକ ଉତର ଖୋଜିବା ପୂର୍ବରୁ

ହଜି ଯାଆନ୍ତି ଡରି ଯାଆନ୍ତି 

ଯେଉଁ ଉତର ଶୁଣିଲେ କାଳେ

ଏ ନମନୀୟ ହୃଦୟ କୋଠରୀ

ପରୀକ୍ଷା ଘର କି ତାସଘର ପରି

ମୁହୁର୍ତ୍ତକରେ କ୍ଷଣିକରେ

ଭାଙ୍ଗିଯିବନି ତ..!!! 


ରକ୍ତ ମଥା ନଇଁବାକୁ ଦିଏନି

ବେଳେବେଳେ କଥା କହିବାକୁ ଦିଏନି, 

ଏ ଯେଉଁ ରକ୍ତର ଦୁର୍ବଳତା ପାଇଁ

ମନ ଭୟ କରେ ଲୁହ ଗଡ଼ାଇବାକୁ

ସଙ୍କୋଚ ପୁଣି କରେ ମନଖୋଲି ହସିବାକୁ,

ଓ.. କି ଦୟନୀୟ ସ୍ଥିତି

ଛଟପଟ ହେଉଥାଏ ଧର୍ମ ସଙ୍କଟରେ

କର୍ତ୍ତବ୍ୟ କରିବାକୁ ଯାଇ କର୍ତ୍ତବ୍ଯକୁ ମାରେ,

ଭଲମନ୍ଦ ମିଶେ ଓଠ ଆଖିପରି କାନ୍ଦେ

ବିବେକ ନିଜକୁ ହିଁ ନିନ୍ଦେ...!!! 


ରକ୍ତ ସମ୍ପର୍କର ପ୍ରଭାବେ ମଣିଷ

ରାଜାପରି କଥା କହେ

ଦାସ ପରି ପାଉଥାଏ ଅହରହ ଯନ୍ତ୍ରଣା, 

ଜଳିବା ଲୋକ ଜଳୁଥାଏ

ଜାଳିବା ଲୋକ ଜାଳୁଥାଏ, 

ତୁ ହସୁଛୁ କେମିତି ରେ

ତୁ କାନ୍ଦିଲେ ଚଳିବନି 

ସମ୍ଭାଳିବାକୁ ହେବ ତୋର ଆପଣାମାନଙ୍କୁ, 

କାହାକୁ ଛାଡ଼ିବୁ ତୁହି

ସମସ୍ତେ ତୋ' ରକ୍ତର ବୋଲି

ଏ ସମାଜ ବାରବାର ଚିତ୍କାର କରି କହେ

କହିଚାଲିଥାଏ..!!! 


ରକ୍ତ ଦୁର୍ବଳ କରିଦିଏ 

ପୁଣି ଶକ୍ତି ମଧ୍ଯ ଯୋଗାଏ..!!!, 

ନିଜକୁ ରକ୍ତାକ୍ତ କରିଦିଏ ମଣିଷ

ଅନ୍ତରେ ଅନ୍ତରେ

ଟିକିଏ ବି ରଙ୍ଗ ଦିଶେନି ଲହୁ ତା ମୁହଁରେ, 

ସମୟ ସରିଯାଏ ଆୟୁଷ ଫେରିଯାଏ

ଚାହୁଁ ଚାହୁଁ ଲୁହ ଶୁଖେ

ମରଣ ନିଜକୁ ଦେଖି ହସେ

କହେ ଆରେ ମଣିଷ 

ମୁଁ ମରଣ ଥରେ ଆସେ 

ତୁ କ'ଣ ବାରବାର ଆସୁଛୁ ମୋ' ନିକଟକୁ

ନିଶ୍ୱାସ ପ୍ରଶ୍ୱାସ ଧରି

ମୁଁ ତୋତେ ନେବିନିରେ 

ନିୟମ ବିରୋଧୀ ହେବିନିରେ..!! 

ରକ୍ତ ସବୁ ସହେ 

ଚୁପ୍ ରୁହେ ଚୁପ୍ ଭାଙ୍ଗିଲେ ସବୁ କୁହେ.!! 

ରକ୍ତ ଦୁର୍ବଳ କରି ବଞ୍ଚାଇରଖେ 

ବାରବାର ଜୀବନକୁ ପରଖେ..!!! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy