STORYMIRROR

Usharani Sahoo

Abstract Tragedy

4  

Usharani Sahoo

Abstract Tragedy

ନାରୀ

ନାରୀ

1 min
254


ନାରୀଟିଏ ସେ ତ ସୃଷ୍ଟିର ଜନନୀ

ସ୍ନହମୟୀ ମାଆଟିଏ

ମମତା ମନ୍ଦିର ହୃଦୟଟି ତା'ର

ସନ୍ତାନ ପାଇଁକି ସିଏ।


ନାରୀଟିଏ ସେ ତ କନ୍ୟା ରତ୍ନମଣି

ହୃଦୟ ଗଳାର ହାର

ନାଲି ଓଠେ ତା'ର ଦରୋଟି କଥାରେ

ମନ ମୋହେ ସଭିଙ୍କର।


ନାରୀଟିଏ ସେ ତ ଗୃହ ଲକ୍ଷ୍ମୀ ସାଜି

ସର୍ବଦା ମଙ୍ଗଳ କରେ

ଆପଣା କଷ୍ଟକୁ ହୃଦୟରେ ରଖି

ସଭିଙ୍କୁ ନିଜର କରେ।


ନାରୀଟିଏ ସେ ତ ସ୍ନେହର ରଙ୍କୁଣି

ମମତାରେ ବାନ୍ଧି ଦିଏ

ବିପଦେ ଆପଦେ ଦିଅଇ ସାହାସ

ପାଖରେ ସେ ରହିଥାଏ।


ନାରୀଟିଏ ସେ ତ ମାୟାଵିନୀ ହୋଇ 

ମାୟା ଜାଲେ ଛନ୍ଦି ଦିଏ

କେତେବେଳେ ସିଏ କେଉଁ ରୂପରେ ଯେ

ହୃଦୟକୁ ଜିଣିଥାଏ।


ତଥାପି ନାରୀ ହୁଅଇ ଶୋଷଣ

ସାମ୍ପ୍ରତିକ ସମାଜରେ

ଅସ୍ଥିତ୍ୱ ଥାଇ ବି ସେ ଅସ୍ଥିତ୍ଵ ଶୂନ୍ୟ

ନାରୀ ସତ୍ତା ଲୋପ ପାଏ।


ନାରୀ ନିର୍ଯାତନା ଗଣ ଦୁଷ୍କର୍ମତା

ଦିନ ପରେ ଦିନ ବଢ଼େ

ପିଶାଚ ମାନବ କାହୁଁ ବା ଵୁଝିବ

ଅନ୍ୟାୟ ଅଧର୍ମ କରେ।


ତେଣୁ ନାରୀ ଜାତି କର ନାହିଁ ଭୀତି

ପ୍ରତିବାଦ ତୁମେ କର

ଅସ୍ତ୍ର ଧରି ହସ୍ତେ ଚାଲରେ ଅଗ୍ରତେ

ପିଶାଚ ହେଵ ସଂହାର ।


ଭୁଲିଯାଉଅଛି ଦୁନିଆରେ ନାରୀ

ଜନ୍ମଦାତ୍ରୀ ସୃଷ୍ଟିକର୍ତ୍ତୀ

ନାରୀ ବିନା ନାହିଁ ସମାଜର ସୃଷ୍ଟି

ସେ ହିଁ ପାଳନକର୍ତ୍ତୀ।


ନାରୀ ଯେ ଦୁ‌ହିତା ନାରୀ ଯେ ଭଗିନୀ 

ଏ କଥା ମନରେ ରଖ

କେବେ ସେ ଜନନୀ କେବେ ସେ ଗୃହିଣୀ

ସମ୍ମାନ ଦେବାକୁ ଶିଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract