STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଲଗ୍ନଜିତ

ଲଗ୍ନଜିତ

1 min
335


ବରଷାର ଝପା ଝପା ଆଗମନ

ଛାତ ଉପରକୁ ଧାଇଁ ଗମନ

ମନ ଭରି ଭିଜିବା

ବର୍ଷା ନ ଛାଡିବା ଯାଏ

ସରପଟିଆ ତନ୍ତିବା ।


କେବେ ଆଞ୍ଜୁଳାରେ ପାଣିକୁ ଧରି

ଦୁଇ ବାହୁ ଆବଦ୍ଧ ପ୍ରସାରୀ

କେବେ ପାଦରେ ଛମ୍ ଛମ୍ ଡେଇଁ

ଛାତ ସାରା ନାଚି ଥେଇ ଥେଇ


ବୋଉର ଡାକ ବାରମ୍ଵାର

ଦେହ ଖରାପ ହେବାର

 ତାଗିଦ୍ ବହୁବାର

ଜ୍ଵର ଥଣ୍ଡା ଧରିବାର 

ପୁନଃ ପୁନଃ ମିଠ। ତିରସ୍କାର


ସବୁ ଶୁଣି ନ ଶୁଣିବା

ବର୍ଷାରେ ଭିଜି ଭିଜି ମସ୍ତି କରିବା

ବୋଉ ଗୋଟିଏ ନିରିହ ପ୍ରାଣୀ

ତା'ର ଆକଟ 

ତାର ତାଗିଦ୍

ସବୁ ପାଣି ଫୋଟକା ଫଣି ଭାବିବା ।


ମନେ ପଡ଼େ ପିଲାବେଳର 

ଖୁସି ମଉଜର ପାଠଶାଳା

ଜୀବନର ଅପରାହ୍ନେ ବୟସ ସାୟାହ୍ନ

ମନ ମଗଜରେ କିନ୍ତୁ ମିଠା ମେଘମାଳା ।


ମୌସୁମୀ ଆଜି ବି ଆସୁଛି

ନେଇ ଝପା ବରଷା

କେବଳ ଆସୁନି ସେହି 

ଲଗ୍ନଜିତ ବାସ୍ନାୟିତ ମୁହୁର୍ତ୍ତ ହେରିକା 

ଅତୀତର ମଧୁ ମିଶ୍ରିତ ସ୍ମୃତି 

ପିଲାଦିନର ଭିଜା ଅଧ୍ୟାୟ କୀରତି


ଜଣା ଅଛି ଅତୀତ ଫେରିବନି

ତଥାପି କାହିଁକି କେଜାଣି

ଆଦ୍ୟ ଆଷାଢ ରେ ଦେଖି ମେଘ ମଲ୍ହାର

ରିମ୍ ଝିମ୍ ଝଡି ବରଷା

ମନ ଖୋଜି ବସେ ସେହି ଅପାଶୋରା

କନକ ରଙ୍ଗରେ ରଙ୍ଗାୟିତ

ସ୍ମୃତି ଅଭିପ୍ସା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy