ବିବାହ ବିଚ୍ଛେଦ (ଡିଭୋର୍ସ)
ବିବାହ ବିଚ୍ଛେଦ (ଡିଭୋର୍ସ)
ସମାଜ ଭିତରେ ପୁରୁଷ ଓ ମହିଳା ଦୁଇ
ଜଣଙ୍କର ମିଳନ ସମ୍ଭୋଗ ପାଇଁ
ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ଏକ ସୁସ୍ଥ
ପରିବାରର ସୃଷ୍ଟି ଲକ୍ଷ୍ୟ ନେଇ ।
ପ୍ରୀତିର ମିଳନ ଆଣିଥାଏ ବର୍ଷାଭିଜା ଶ୍ରାବଣର
ଭାଷା ବୈଶାଖୀ ଦହନ ତାତିକୁ ,
ସେ ଶୀତଳତା, ପ୍ରକୃତିର ଭବ୍ୟ ଅବଦାନ ଅମୃତ
ସମ, ମଧୁମୟ କରି ଥାଏ ଜୀବନକୁ ।
ପତି ପତ୍ନୀ ଚଳିଲେ ଏକ ହୋଇ ଗୋଟିଏ
ମୂଦ୍ରାର ଦୁଇ ପାର୍ଶ୍ଵ ସଦୃଶ
ଭିନ୍ନ ମାତ୍ର ଥାଏ କାୟା, ଜୀବନ ପ୍ରାଣକୁ ଏକ
କରି ସ୍ନିଗ୍ଧ କରି ପାଇଥାନ୍ତି ସୁଯଶ ।
ବେଳେ ବେଳେ ମଣିଷ ମଣିଷ ଭିତରେ ଏ
ପବିତ୍ର ସମ୍ପର୍କ ଭାଙ୍ଗି ଯାଏ
ଭଙ୍ଗା କାଚ ପରି ଖଣ୍ଡ ଖଣ୍ଡ ହୋଇ ଟୁକୁରା
ଟୁକୁରା ହୋଇ ଯାଏ ।
ସବୁ ଟୁକୁରାକୁ ଯୋଡି ହୋଇପାରେ, କିନ୍ତୁ
ତିକ୍ତ ସମ୍ପର୍କକୁ ତ ହୁଏନି
ସଦା ସର୍ବଦା ଦୁଇ ବ୍ୟକ୍ତିଙ୍କ ଭାଙ୍ଗିଥିବା ଅନ୍ତର
ଆଉ ତ ଯୋଡି ହୁଏନି ।
ଭଲ ପାଇ ହେଉ ଅବା ବୈଦିକ ବିବାହ ହେଉ
ସମ୍ପର୍କ ଯଦି ତିକ୍ତ ହୋଇବ
ବହୁ କାରଣ ଅଛି ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ସେ ତିକ୍ତ
ସମ୍ପର୍କ ଯୋଡି ନହୋଇବ ।
ବେଦନାରେ ଉଦାସ ହୋଇ ଦୁଇ ଜଣଙ୍କର ମନେ
ନିରାଶାର ପରିଭାଷା ତୋଳେ
ଶୁଖିଲା ପଡଇ ଛାତି, ସେ ନିଦାଘ ଅନଳ ତାତିରେ
ପ୍ରତ୍ୟେକେ ଯନ୍ତ୍ରଣାରେ ତିଳ ତିଳ ହୋଇ ଜଳେ ।
ଉଜୁଡା କ୍ଷେତର ଲୁହ, ମଲା ଝରଣାର କୋହ,
ଅତି ନିଦାରୁଣ କରୁଣ କାହାଣୀ
ମରୁ ମଶାଣିର ଶୋକ, ମଣିଷର ଭୋକ ସଦୃଶ
ମନରେ ଭରିଥାଏ ଦୁଃଖର ଖଣି ।
ସ୍ବଇଛାରେ ବିବାହ ବିଚ୍ଛେଦ ଆଣିଥାଏ ଶାନ୍ତି,
ସମ୍ପର୍କ ଯେହେତୁ ମୂଲ୍ୟହୀନ
କଳିଗୋଳ ଓ ଭୟଙ୍କର ନର୍କରୂପୀ ସମସ୍ୟାର
ହୋଇ ଥାଏ ତ ସମାଧାନ ।
