STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ବଡଭାଇଙ୍କ ଡାକରା

ବଡଭାଇଙ୍କ ଡାକରା

1 min
357

ଆଡ଼ପ ମଣ୍ଡପେ ବିଜେ ନ ହେଉଣୁ

  ବଡଭାଇଙ୍କ ଡାକରା 

ସୁଭଦ୍ରାକୁ ଧରି ଆସିବୁରେ ଜଗା

  ଶୀଘ୍ର ତୁ କେନ୍ଦରାପଡ଼ା।


ଶ୍ରୀଗୁଣ୍ଡିଚା ପର ଦିନ ରଥଟଣା

  ତୁଳସୀ କ୍ଷେତ୍ରରେ ହୁଏ 

ଜାଣିନୁ କି ତୋ' ପାଇଁ କେବଳ ମୁଁ

  ଏ ବ୍ୟବସ୍ଥା କରିଥାଏ ?


ଆମ ପାଇଁ ଯଦି ପୁରୀ ବଡଦାଣ୍ଡେ

   ଗଡ଼େ ତିନି ଗୋଟି ରଥ 

ତୁଳସୀ ଧାମରେ ଗଡୁଛି କେବଳ

  ବ୍ରହ୍ମ ତାଳଧ୍ଵଜ ରଥ।


ତିନି ରଥ ଆମ ଟାଣିବାକୁ ସେଠି

  ଯେତେ ଭକ୍ତ ଲୋଡ଼ା ହୋନ୍ତି 

ସେ ସବୁ ଭକତ ମିଶିଗଲେ ଯାଇ

  ତାଳଧ୍ଵଜ ଟାଣିଥାନ୍ତି।


ରଥ ବି ଅଧିର ପଥ ବି ଅଧିର

  ଭକ୍ତବି ଆଜି ଅଧିର 

ବଳିଆ ଜଗା ଓ ସୁଭଦ୍ରାଙ୍କୁ ଦେଖି

  ପବିତ୍ର କରିବେ ନେତ୍ର ।


ବଡଭାଇଙ୍କର ଡାକରାରେ ଜଗା

  ଆଉ ବିଳମ୍ବ ନକରି 

ତୁଳସୀ କ୍ଷେତ୍ରରେ ପହଞ୍ଚି ଗଲାଣି

  ଭ‌ଉଣୀ ସୁଭଦ୍ରା ଧରି।


ବଡ ଭାଇ ପଦେ ଜଗା ଓ ସୁଭଦ୍ରା

  ନମସ୍କାର ଜଣାଇଲେ 

ବଡଠାକୁର ବି ଭାଇ ଭଉଣୀଙ୍କୁ

  ଶ୍ରଦ୍ଧାରେ କୋଳେଇ ନେଲେ।


ରେବତୀ ତୁଳସୀ ଖୁସିରେ ପାଗଳ

  ଦିଅର ନଣନ୍ଦ ଦେଖି 

ତାଳଧ୍ଵଜ ଆନନ୍ଦରେ ସ୍ତମ୍ଭୀଭୂତ

  ଅଛି ଯେହ୍ନେ ମୁକ ସାକ୍ଷୀ।


ବଳଦେବ ଜଗନ୍ନାଥ ଓ ସୁଭଦ୍ରା

  ତାଳଧ୍ଵଜେ ବସିଥିବେ 

ଲକ୍ଷ ଲକ୍ଷ ଭକ୍ତ ରଥ ଟାଣି ନିଜ

  ଜୀବନ ଧନ୍ୟ କରିବେ।


ହରିବୋଲ ହୁଳହୁଳି ଭେରୀ ତୁରୀ

  ଘଣ୍ଟ ମୃଦଙ୍ଗ ଶବଦ 

ପବିତ୍ର ତୁଳସୀ କ୍ଷେତ୍ର ବଡ଼ଦାଣ୍ଡ

  କମ୍ପିବ ହୋଇ ଆନନ୍ଦ।


ସିଦ୍ଧ ବଳଦେବ ଦୟା ରଖିଥିବ

  ଢାଳି ପ୍ରଭୁ କୃପା ବାରି 

ସଂସାର ଉଦ୍ଧାର ହେଉ ମହାବାହୁ

   କଳି ଯାଉ ଅପସରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy