STORYMIRROR

Kalandi pal

Tragedy Inspirational

4  

Kalandi pal

Tragedy Inspirational

ଭ୍ରୁଣ ହତ୍ୟା

ଭ୍ରୁଣ ହତ୍ୟା

1 min
346


ମାତା ଶୂନ୍ୟ ଗର୍ଭେ ଅଣୁ ପରାଭବେ 

     ପଦ୍ମ ପତ୍ରେ ଯେହ୍ନେ ଜଳ

କ୍ଷୁଦ୍ର ଅତି କ୍ଷୁଦ୍ର    କ୍ଷୁଦ୍ରାତିରୁ କ୍ଷୁଦ୍ର

     ରେତ ହୁଏ ଟଳମଳ।।


ଭ୍ରୁଣ ତାର ନାମ  ତିନି କ୍ରୋମୋଜମ

     ହୋଇଲେ ଏକ ସମଷ୍ଟି

ସମୟାନୁ କ୍ରମେ   ବଢି କ୍ରମୋଜମ

     ହୁଅଇ ସନ୍ତାନ ସୃଷ୍ଟି।।


ବିଜ୍ଞାନ କୌଶଳେ  ଜାଣନ୍ତି ମାନବେ

    ଭ୍ରୁଣ ଲିଙ୍ଗ ନିରୂପଣ

ଜାଣି କନ୍ୟା ଭ୍ରୁଣ   ହୁଏ ନିଦାରୁଣ 

     ହଜାଇ ଦିଏ ତା ପ୍ରାଣ।।


ସରଳ ନିଷ୍ପ୍ରାପ୍ୟ    ପ୍ରତି ଅଭିଶାପ 

    ଢାଳି ଦ୍ୟନ୍ତି ପିତାମାତା

ଯୌତୁକ ରାକ୍ଷସ ବାନ୍ଧେ ଦୃଢ଼ ଫାଶ

     ବିନା ଦୋଷରେ ଦଣ୍ଡିତା ।।


ଅଜ୍ଞାନି ନିରୀହ    ଆକୁଳ ବିରହ

    ଶୁଭେ ନାହିଁ କାର କର୍ଣ୍ଣ

ଭ୍ରୁଣ ହତ୍ୟା ଭଳି  ମହା ପାପ କରି

     ସାଧୁ ପରି ଅବତୀର୍ଣ୍ଣ ।।


କମେ କନ୍ୟା ହାର ପୁତ୍ର ତୁଳନାରେ

    ସନ୍ତୁଳନେ ବାଧା ପାଏ

ପୁଅଟିଏ ପାଇଁ ବୋହୂ ଖୋଜୁ ଖୋଜୁ

    ପୁଅ ବୁଢ଼ା ହୋଇ ଯାଏ ।।


ଆସିବ ସେ ଦିନ  ହେ ହୃଦୟ ବାନ

    ବୁଝି ନିଅ ଥରେ ହୃଦେ

କନ୍ୟା ହାର ହ୍ରାସ   ସୃଷ୍ଟିର ବିନାଶ

     ଭ୍ରୁଣ ହତ୍ୟା ପ୍ରତି ବାଦେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy