ରାଇଙ୍କ ସ୍ମୃତିରେ
ରାଇଙ୍କ ସ୍ମୃତିରେ
କେତେ ଯେ ବେଦନା ଧରି ରଖିଥିଲ
ଆଖିର ପଲକ ତଳେ,
କିଏ ଆଙ୍କି ଦେଲା ମୃତ୍ୟୁର ଆହ୍ଵାନ
ହସ ହସ ଓଠ ତଳେ ।
ଜୀବନ ଯା' ଠାରୁ ପ୍ରେରିତ ହୁଏ ସେ
ହାରିଯିବ ଯେ ଏପରି,
କିଏ ଜାଣିଥିଲା ଦୁଃଖେ ଭାଙ୍ଗିଯିବ
ବାଘ ସମ ସେ ପ୍ରହରୀ।
'ଏଇ ଅନାନି' କହି ଯେ ଲେଖି ଦେଉଥିଲା
ଭୟର ଅଲିଭା କ୍ଷତ,
ଏମିତି କେମିତି ପରିସ୍ଥିତି ଆଗେ
କାହିଁ ହେଲା ପରାଜିତ।
ସଂଳାପରେ ଯା'ର ଥରି ଉଠୁଥିଲା
କେତେ ଛାତି ତଳ ତନ୍ତ୍ରୀ
ହରି ନେଲା ଦେଖ ନିଶଦ୍ଦେ ତା ପ୍ରାଣ
କଳା ଏକ କାଳ ରାତ୍ରୀ।
ଏମିତି ବି ହୁଏ ସମୟ ଆଗରେ
ମଥା ନୋଇଁବାକୁ ପଡ଼େ,
ଅଭିନେତା ହୋଇ ଅଭିନୟ କରି
ବାଧ୍ୟେ ଜିଇଁବାକୁ ପଡ଼େ।
ସତେ ତୁମେ ରାଇ ଚାଲିଗଲ ସିନା
ଅଗଣିତ ପ୍ରଶ୍ନ ଛାଡ଼ି,
ଏମିତି ଓଡ଼ିଆ କେହି ନାହିଁ ଜଣେ
ଯେ ନ ହେବ ତୁମକୁ ଝୁରି।