STORYMIRROR

Chinmaya Kumar Nayak

Tragedy

4  

Chinmaya Kumar Nayak

Tragedy

ରାଇଙ୍କ ସ୍ମୃତିରେ

ରାଇଙ୍କ ସ୍ମୃତିରେ

1 min
233

କେତେ ଯେ ବେଦନା ଧରି ରଖିଥିଲ

ଆଖିର ପଲକ ତଳେ,

କିଏ ଆଙ୍କି ଦେଲା ମୃତ୍ୟୁର ଆହ୍ଵାନ

ହସ ହସ ଓଠ ତଳେ ।


ଜୀବନ ଯା' ଠାରୁ ପ୍ରେରିତ ହୁଏ ସେ

ହାରିଯିବ ଯେ ଏପରି,

କିଏ ଜାଣିଥିଲା ଦୁଃଖେ ଭାଙ୍ଗିଯିବ

ବାଘ ସମ ସେ ପ୍ରହରୀ। 


'ଏଇ ଅନାନି' କହି ଯେ ଲେଖି ଦେଉଥିଲା

ଭୟର ଅଲିଭା କ୍ଷତ,

ଏମିତି କେମିତି ପରିସ୍ଥିତି ଆଗେ

କାହିଁ ହେଲା ପରାଜିତ। 


ସଂଳାପରେ ଯା'ର ଥରି ଉଠୁଥିଲା

କେତେ ଛାତି ତଳ ତନ୍ତ୍ରୀ

ହରି ନେଲା ଦେଖ ନିଶଦ୍ଦେ ତା ପ୍ରାଣ

କଳା ଏକ କାଳ ରାତ୍ରୀ। 


ଏମିତି ବି ହୁଏ ସମୟ ଆଗରେ

ମଥା ନୋଇଁବାକୁ ପଡ଼େ,

ଅଭିନେତା ହୋଇ ଅଭିନୟ କରି

ବାଧ୍ୟେ ଜିଇଁବାକୁ ପଡ଼େ। 


ସତେ ତୁମେ ରାଇ ଚାଲିଗଲ ସିନା

ଅଗଣିତ ପ୍ରଶ୍ନ ଛାଡ଼ି,

ଏମିତି ଓଡ଼ିଆ କେହି ନାହିଁ ଜଣେ

ଯେ ନ ହେବ ତୁମକୁ ଝୁରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy