STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

କିଏ କାହାର

କିଏ କାହାର

1 min
152

କେହି ନୁହେଁ କାହାର ଏଠି

    ଯିଏ ଅଛନ୍ତି ନିଜ ପାଇଁ,,

ଜୀବନର ସବୁ ଜଞ୍ଜାଳ

   ନିଜେ ମୁଣ୍ଡାଇବାରେ ଭାଇ,।।

ସ୍ତ୍ରୀ ପିଲା ଦିନେ ଚାଲିଯିବେ

   ଦେଇକି ଅନେକ ଯାତନା,,

ଲୁହ ଗଡ଼ାଇ ଦିନ ଯିବ

    କିଛି ନ ରଖ ଯେ ଭାବନା,।।

ଆଜି ପାଇଁ ଯାହା କରୁଛ

   ସବୁ କିଛି ସେ ଭୁଲିଯିବ,,

ଜୀବନର ପରମ ସତ୍ୟ

   ଏ କଥା କେବେ ନ ଭୁଲିବ,।।

ବାପା ମାଆ ଭାଇ ଭଉଣୀ

   ସବୁ ଏକଦା ଯିବେ ଯେ ଛାଡି,,

ଜୀବନେ ଅର୍ଜିତ ସମ୍ପଦ

   ସବୁ ନେବେରେ ତାଡ଼ି ତୁଡି ,।।

ରଖ ଜୀବନେ ଏକ ଆଶା

   ଉଦ୍ଧାରିବ ସେ ଭାବଗ୍ରାହୀ,,

ଯେତେ ଯିଏ ହେଲେ ନିଜର

   ଦୁଖେ କହିବେ ଦିଅ ତ୍ରାହି,।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy