କାଳଙ୍କିନୀ
କାଳଙ୍କିନୀ
ହରେଇ ସାରିଛି ସର୍ବାଙ୍ଗ ଶରିରୁ
ପ୍ରୀତିର ଯୋଗ୍ୟତା ଗୁଣ
ହୃଦୟକୁ କରି କଳୁଷିତ
କଳଙ୍କର ବୋଝ ଲଦିଛି ମସ୍ତିସ୍କେ
ନୁହେଁ ମୁଁ ବାନ୍ଧବୀ ନୁହେଁ ମୁଁ ପ୍ରେମିକା
ନୁହେଁ ମୁଁ କାହା ସହଚର
କଲଙ୍କିନି ମୁଁ ଦୁଶ୍ଚରିତ୍ରା ନାରୀ
ଭୁଲି ନାହିଁ ସେ ଅନ୍ଧାର ରାତିର ରତି
ଶୋଷିନେଇ ଦେହରୁ ମଧୁ
ଦେଇଗଲା କାଳଙ୍କର ଦାଗ
ହେଇପାରେ ଆଡମ୍ବର ଚାକଚକ୍ୟ
ମୋ ଜୀବନ
ହେଲେ ଅନ୍ତରେ ମୁଁ ଦୁସ୍ଥ
କଳୁଷିତ ଦୂଷିତ ମୁଁ
ବୋହି ତାର କାମନା କଳୁଷ
କିନ୍ତୁ ସମାଜରେ ସେ ପୂଜ୍ୟସ୍ପଦ
ସବୁ ଏକା ମୋର ଦୋଷ ।

