STORYMIRROR

Priyanka Panda

Inspirational Others

3  

Priyanka Panda

Inspirational Others

ପ୍ରଭୁ ଜଗନ୍ନାଥ

ପ୍ରଭୁ ଜଗନ୍ନାଥ

1 min
193

ଜଗତର ନାଥ ଅହେ ଜଗନ୍ନାଥ କୀର୍ତ୍ତି ରଚିବାକୁ 

ତୁମ ଭକ୍ତଙ୍କୁ କଲ ଅନାଥ 

ତୁମେ ପରା ପ୍ରଭୁ ଦୁଃଖୀରଙ୍କି ଙ୍କର ବାନ୍ଧବ

ଶହ ଶହ ଶବ ଦେଖି ହୋଇଛ ସ୍ଥିର

ସୃଷ୍ଟିର ନିୟମ ଲେଖା ବୋଲି ତୁମ ହାତେ

ଲୁଚି ରହିଅଛ ଅଣସର ଘରେ

କେତେ ଯେ ମଥାର ସିନ୍ଦୂର

କେତେ କୁନି କୁନି ଆଖିର ସ୍ବପ୍ନ

କ୍ଷଣିକ ମଧ୍ୟରେ କଲ ଯେ ଶେଷ

ସଂଜ୍ଞାହୀନ ଆଜି ଜାଣି ନାହିଁ ତୁମ ସଂଜ୍ଞା

ଜାଣି ନାହିଁ ହିସାବ କର୍ମର

ତଥାପି ବିଧିର ନିୟମ ହେଲା ଅନ୍ୟାୟ

ଦେଖୁ ଅଛ ସବୁ ବସି ଆହେ ଚକା ଆଖି

ଅବିବେକି ଅତ୍ୟାଚାରୀ 

ଏ ଅନ୍ଧ ନିୟତି ।


Rate this content
Log in

Similar oriya poem from Inspirational