ପ୍ରେମିକା
ପ୍ରେମିକା
ଜଣେ ନାରୀର ଦେହର କେଉଁ ଅଂଶକୁ କିପରି ଛୁଇଁଲେ ତାର ଦୁଇ ନୟନ ମୁଦ୍ରିତ ହୋଇଯାଏ , ସେ କଥା ଜଣେ ପୁରୁଷ ନିଜ ଆଖି ବନ୍ଦ କରି କହିଦେଇପାରେ । ନାରୀ ଦେହର ଏ ରହସ୍ୟ ତା ସ୍ବାମୀ ଭିନ୍ନ ଆଉ କେହି ଜାଣୁ , ଏ କଥା ଭାବିବାକୁ ମତେ କଷ୍ଟ ଲାଗେ । ଜଣେ ପୁରୁଷ ପାଖରେ ନିଜକୁ ସମର୍ପଣ କରି ଗୋଟେ ନାରୀ ସତୀ ହୁଏ କି ସୁଖୀ ହୁଏ ; ଏ ଗହନ ଗଭୀରରେ ମୋର ଚାଷ ନାହିଁ । କିନ୍ତୁ ଜଣେ ପୁରୁଷ ପାଖରେ ନିଜକୁ ସ୍ଵ ଇଚ୍ଛାରେ ଜଣେ ନାରୀ ନିଜର ସବୁ କିଛି ଆତ୍ମସମର୍ପଣ କଲା ପରେ ଯଦି ସେ ପୁରୁଷ ଆଉ ଜଣକୁ ଚାହେଁ ; ଏ କଥା ଭାବିବା ମାତ୍ରେ ଏ ପୃଥିବୀ ମତେ ବିଧବା ଭଳି ଦୁଃଖିନୀ ଦେଖାଯାଏ ।

