STORYMIRROR

Priyanka Panda

Romance Classics Others

3  

Priyanka Panda

Romance Classics Others

ଜିଂଯିବି ତୁମ ସ୍ମୃତିରେ

ଜିଂଯିବି ତୁମ ସ୍ମୃତିରେ

1 min
136

ବର୍ଷର ଆରମ୍ଭେ ବରଷି ଗଲ 

ଗହଣା ସାଜିଲ ମୋ ହୃଦୟର

ଦେଖେଇଲ କେତେ ସ୍ବପ୍ନ

ମାସ ମାସ ବିତିଚାଲିଥିଲା

ତା ସହ ବଦଳିଥିଲ ବି ତୁମେ

ତଥାପି ବଦଳିଲିନି ଯେ ମୁଁ

କେତେ କଷ୍ଟ ଆଉ ଯନ୍ତ୍ରଣାରେ

ଚାହିଁଥିଲି ତୁମ ବାଟକୁ

ନିରୀହ ମୁଁ ମୋ ଆଖିର କାହାଣୀ

ବୁଝିଲନି କେବେ ଥରେ 

ସ୍ବାର୍ଥ ହାସଲରେ ମନ ତୁମ ଥିଲା

ଛଳନା ତୁମ ଆଖିର ପରିଭାଷା

ବୁଝିବାକୁ ଥରେ ଚେଷ୍ଟା ବି କଲିନି

ଦେଇଚାଲିଥିଲ ପ୍ରେମ ପ୍ରତାରଣା

କୁହୁଳି କୁହୁଳି ଜଳୁଥିଲା 

ମୋ ହୃଦୟ ବିଚରା 

ତୁମ ଛଳନାର ପ୍ରେମରେ

କେମିତି ଏ ସମୟ ଟା ବି

ଦେଖିଚାଲିଥିଲା ମୋ କୁହୁଳା

ଛଳନା ହସ ହସ ମୁଖର ପ୍ରତିଛବି

ମାସ ମାସ ପରି

ତୁମେବି ବଦଳିଗଲ

ଦେଇଗଲ ଖାଲି ଅବଶୋଷ

ଆଉ କାହା ପ୍ରେମରେ ସାଜିଲ ପାଗଳ

ଥରୁଟେ ବି ଚାହିଁଲନି ମୁହଁ ମୋଡ଼ି

କେମିତି ବଞ୍ଚିବି କହିଲନି ଥରେ

ସଜେଇଦେଲ କଲଙ୍କିନୀ

ବଞ୍ଚିଛି ଆଜି ମୁଁ ତୁମ ସ୍ମୃତିରେ

ଆତ୍ମା ମୋର କରେ ଧିକ୍କାର 

କହେ ବାର ବାର କାହିଁକି

ରଖିଚୁ ଏଇ ଜୀବନ

ଆଜି ଅଛି ମୁଁ ଅଛି ଖାଲି 

ତୁମ ସ୍ମୃତି

ମାସ ବି ସରିଲା ବର୍ଷ ବି ସରିଲା

ସରିଲା ମୋ ନିଃସ୍ଵାର୍ଥ ପ୍ରେମର ଆୟୁଷ

ଦୁନିଆ ହସୁଛି ସମୟ ହସୁଛି

ସ୍ଵପ୍ନରେ ଆସି କହିଦିଅ ଥରେ 

ଫେରିବି ମୁଁ ଫେରିବି ମୁଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance