STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ଧୋକା

ଧୋକା

1 min
0

ଧୋକା କେବଳ ଛଳନା ନୁହେଁ,
‎ଏକ ନିରବ ଦର୍ପଣ।
‎ଯେଉଁଠି ମୁହଁ ନୁହେଁ
‎ମଣିଷର ମନ ଦେଖାଯାଏ।।
‎
‎ଯାହାକୁ ନିଜର ଭାବି
‎ହୃଦୟର ଦ୍ୱାର ଖୋଲିଥିଲି।
‎ସେଇ ଦ୍ୱାର ଦେଇ ଦିନେ
‎ଜଣେ ପଶିଥିଲା।।
‎
‎କଥା ଥିଲା ମଧୁ ପରି,
‎ମନ ଥିଲା କଣ୍ଟାଭରା।
‎ହସ ଥିଲା ଆଖି ଆଗରେ,
‎ପଛେ ଥିଲା ଅନ୍ଧାର।।
‎
‎ଧୋକାର ଆଘାତ ଦେହରେ ନୁହେଁ,
‎ପଡ଼େ ବିଶ୍ୱାସରେ।
‎ତେଣୁ ଘାଆ ଦିଶେ ନାହିଁ,
‎କିନ୍ତୁ ଯନ୍ତ୍ରଣା ରହେ ନିଶ୍ୱାସରେ।।
‎
‎କିଛି ଲୋକ ଆସନ୍ତି ଜୀବନେ
‎ସାଥୀ ହେବା ପାଇଁ ନୁହେଁ।
‎ଆମକୁ ମଣିଷ ଚିହ୍ନାଇବାକୁ
‎ଏକ ଶିକ୍ଷା ହୋଇ ରହିଯାନ୍ତି।।
‎
‎ଏବେ ଧୋକାକୁ ଘୃଣା କରେନି,
‎ନାହିଁ କାହା ପ୍ରତି ଅଭିମାନ।
‎କାରଣ ସେଇ ଭଙ୍ଗା ବିଶ୍ୱାସରୁ
‎ଜନ୍ମ ନେଇଛି ମଣିଷ ଚିହ୍ନିବାର।।
‎
‎ସମୟ ନିରବ ତଥାପି ନ୍ୟାୟୀ,
‎କାହାକୁ ଭୁଲେ ନାହିଁ।
‎ଯେ ଲୁହ ଦେଇଥାଏ ଅନ୍ୟ ଆଖିକୁ,
‎ସେ ଲୁହର ମୂଲ୍ୟ ହରାଏ ନାହିଁ।।
‎
‎ଧୋକା ମୋତେ ଆଜି ଭିତରୁ ,
‎କ୍ଷତାକ୍ତ କରି ଦେଇଛି।
‎ମଣିଷ ଉପରୁ ବିଶ୍ୱାସ ନୁହେଁ,
‎ଅନ୍ଧବିଶ୍ୱାସଟି ହଟାଇ ଦେଇଛି।।
‎
‎Priyanka Panda 
‎


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics