ସ୍ୱପ୍ନ ର ଦୁନିଆ
ସ୍ୱପ୍ନ ର ଦୁନିଆ
ଏମିତି ଏକ ଦୁନିଆ ଦିଅ ହେ ଭଗବାନ,
ଯେଉଁଠି ଦୁଃଖ ନ ଥିବ, ନ ଥିବ ଅଭିମାନ।
କିଛି ଦେଖି ମନ ନ ହେଉ କେବେ ହତାଶ,
ଆଖିରୁ ଝରୁ ନାହିଁ ଲୁହର ନିରାଶ।।
ଯେଉଁଠି ନୋଟିଫିକେସନ୍ ନୁହେଁ,
ପକ୍ଷୀର ଡାକରେ ସକାଳ ହେବ।
ଯେଉଁଠି ‘ଷ୍ଟାଟସ୍’ ନୁହେଁ,
ମଣିଷର ଚରିତ୍ର ତା'ର ପରିଚୟ ହେବ।।
ଯେଉଁଠି ନୋଟିଫିକେସନ୍ ନୁହେଁ,
ପକ୍ଷୀର ଡାକରେ ସକାଳ ହେବ।
ଯେଉଁଠି ‘ଷ୍ଟାଟସ୍’ ନୁହେଁ,
ମଣିଷର ଚରିତ୍ର ତା'ର ପରିଚୟ ହେବ।।
ଯେଉଁଠି ନ ଥିବ ଛଳନା, ନ ଥିବ ପ୍ରତାରଣା,
ନ ଥିବ ସମ୍ପର୍କରେ ତିକ୍ତତା, ନ ଥିବ ଅବହେଳା।
ଯେଉଁଠି ମଣିଷ ମନକୁ ମଣିଷ ବୁଝିବ,
ନିରବ ଆଖିର ଭାଷା ଆଖିରେ ପଢ଼ିବ।।
ନ ଥିବ ଇଣ୍ଟରନେଟ୍, ନ ଥିବ ମୋବାଇଲ୍ ଭିଡ଼,
ନ ଥିବ ମିଥ୍ୟା ହସର ଆଲୋକିତ ଭିଡ଼।
ସମୟ ଥିବ ଖାଲି ଦୁଇ ହୃଦୟ ପାଇଁ,
ପ୍ରେମ ଥିବ ନିର୍ମଳ ଦୁଇଟି ପ୍ରାଣ ପାଇଁ।।
ଯେଉଁଠି ଖାଲି ମୁଁ ଆଉ ମୋ ହୃଦୟର ମଣିଷ,
ତା' ସାଥିରେ ବିତିଯାଉ ଜୀବନର ପ୍ରତି ଦିନ।
ନ ଥିବ ଦୂରତା, ନ ଥିବ ବିରହର ରାତି,
ତା' ହାତରେ ମୋ ହାତ, ତା' ସାଥିରେ ମୋ ସାଥୀ।।
ସେ ହସିଲେ ଫୁଟୁ ଫୁଲ, ହସୁ ମୋ ମନ,
ତା' ଖୁସିରେ ମିଳୁ ମୋ ଜୀବନର ଧନ।
ନ ଥିବ ହରାଇବାର ଭୟ, ନ ଥିବ ବିଚ୍ଛେଦ,
ପ୍ରତି ଜନମରେ ରହୁ ଏହି ପ୍ରେମର ସମ୍ପଦ।।
ଯେଉଁଠି ସକାଳ ଆସୁ ତା' ହସର ଆଲୋକେ,
ସନ୍ଧ୍ୟା ନଇଁଯାଉ ତା' ମିଠା କଥାର ଝଲକେ।
ଯେଉଁଠି ମୋ ଦୁନିଆ ତା'ଠାରୁ ଆରମ୍ଭ ହେବ,
ଆଉ ମୋର ପ୍ରତିଟି ଶ୍ୱାସ ତା' ନାମେ ଶେଷ ହେବ।।
ସେହି ଦୁନିଆ ମୋ ପାଇଁ ସ୍ୱର୍ଗ ହୋଇଯିବ,
ଯେଉଁଠି ଦୁଇ ହୃଦୟ ଏକାଠି ହସିବ।
ନାହିଁ ଆଉ କିଛି ଚାହେଁ ଏ ଜୀବନରେ,
ଖାଲି ସେ ରହୁ ମୋ ପାଖେ
ମୁଁ ରହେ ତା' ହୃଦୟରେ।।
Priyanka Panda
