STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ସ୍ୱାର୍ଥ

ସ୍ୱାର୍ଥ

1 min
3

‎ମୋତେ ଭଲପାଇବାର ଅଭିନୟ କରି,
‎କାହାରୋ ହୃଦୟରେ ଘର କରିଥିଲ।
‎ମୋ ଆଖିରେ ସ୍ୱପ୍ନ ବୁଣିଦେଇ,
‎ଅନ୍ୟ କାହାର ସ୍ୱପ୍ନରେ ହଜିଥିଲ।।
‎ମୋ ନିର୍ମଳ ବିଶ୍ୱାସକୁ
‎ତୁମେ କେବଳ ଏକ ସିଢ଼ି କଲ।
‎ମୋ ଅନୁଭବର ଉଷ୍ମତା ନେଇ,
‎ଅନ୍ୟ ହୃଦୟରେ ଦୀପ ଜାଳିଲ।।
‎ମୁଁ ତୁମକୁ ସମ୍ପର୍କ ଭାବିଥିଲି,
‎ତୁମେ ମୋତେ ସୁବିଧା ଭାବିଥିଲ
‎ମୁଁ ତୁମ ନାମକୁ ପ୍ରାର୍ଥନା କରିଥିଲି,
‎ତୁମେ ମୋ ନାମକୁ ମଧ୍ୟ ଭୁଲିଥିଲ।।
‎
‎କେତେ ସହଜରେ କହିଦେଲ
‎“ମୁଁ ତ କେବେ ପ୍ରପୋଜ କରିନି"।
‎କିନ୍ତୁ ତୁମ ପାଇଁ ଯେ ଖେଳ ଥିଲା,
‎ମୋ ପାଇଁ ସେ ଏକ ସତ୍ୟ ଥିଲା।।
‎ଆଜି ଅଭିଯୋଗ ନାହିଁ,
‎ନାହିଁ ତୁମକୁ ଫେରାଇବାର ଆକାଂକ୍ଷା।
‎କେବଳ ଏତିକି ଶିଖିଗଲି
‎ପ୍ରତ୍ୟେକ ମିଠା କଥା ପ୍ରେମ ନୁହେଁ,
‎ପ୍ରତ୍ୟେକ ନିକଟତା ସମ୍ପର୍କ ନୁହେଁ।।
‎
‎ତୁମେ ହୁଏତ ଆଉ କାହାର,
‎କିନ୍ତୁ ମୋ ଭିତରେ ଛାଡ଼ିଯାଇଥିବା।
‎ସେଇ ଅବିଶ୍ୱାସର ଛାୟା
‎ସେଥିରୁ ମୁକ୍ତ ହେବାକୁ
‎ମୋତେ ହିଁ ଆଉ କିଛି ଦୂର ଚାଲିବାକୁ ହେବ।।
‎କାରଣ ପ୍ରେମରେ ହାରିଯିବା
‎ଏତେ ବଡ଼ ବେଦନା ନୁହେଁ।
‎କାହାରୋ ନିର୍ମଳ ହୃଦୟକୁ
‎ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବା
‎ସେଇ ହେଉଛି ସବୁଠାରୁ ବଡ଼ ଛଳନା।।
‎
Priyanka Panda 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics