ଦଶହରା
ଦଶହରା
ମର୍ଯ୍ୟାଦା ପୁରୁଷୋତ୍ତମ ରାମ,
ଧର୍ମର ଦିବ୍ୟ ଜ୍ୟୋତି,
ରାବଣର ଦର୍ପ ଦଳନ କରି
ରଚିଲେ ବିଜୟ କୀର୍ତ୍ତି।
ଦଶମୁଖୀ ଦର୍ପର ଦୁର୍ଗ
ଭାଙ୍ଗି ଶର କଲା ସଂହାର,
ଅଧର୍ମର ଲଙ୍କା ଭସ୍ମୀଭୂତ,
ଧର୍ମ ହେଲା ଜୟକାର।।
ସୁବର୍ଣ୍ଣ ଲଙ୍କାର ସମୃଦ୍ଧି ହେଲା
ଅହଙ୍କାରର ଦାସୀ,
ବିବେକହୀନ ବୈଭବ ଶେଷେ
ମୃତ୍ୟୁର ଲେଖିଲା ରାଶି।
ଶକ୍ତି, ଶୌର୍ଯ୍ୟ,
ପାଣ୍ଡିତ୍ୟ ସବୁ ହେଲା ନିଷ୍ଫଳ,
ଅଧର୍ମ ପଥର ଅନ୍ତିମ ପରିଣତି
ପତନ ଅନିବାର୍ଯ୍ୟ ଫଳ।।
ଧନୁର୍ଧର ରାମଙ୍କ ଶରାଘାତେ
ଦର୍ପର ହେଲା ଅବସାନ,
ସତ୍ୟର ଶଙ୍ଖନାଦେ ମୁଖରିତ ହେଲା
ତ୍ରିଭୁବନ, ଦିଗନ୍ତ, ଗଗନ।
ବିଜୟା ଦଶମୀ ଆଣେ
ଧର୍ମର ଶାଶ୍ୱତ ସନ୍ଦେଶ,
ସତ୍ୟ ସମ୍ମୁଖରେ ଅସତ୍ୟର ହୁଏ
ଅବଶ୍ୟ ପରାଭବ ଶେଷ।।
ଦଶହରା ନୁହେଁ କେବଳ ଉତ୍ସବ,
ନୁହେଁ ଆଡ଼ମ୍ବର ମେଳା,
ଅନ୍ତରର ଅହଂକାର ଦହନେ
ସାର୍ଥକ ହେଉ ଏ ବେଳା।
କାମ, କ୍ରୋଧ, ଲୋଭ, ମୋହ
ଦହି ଜାଗୁ ବିବେକର ଆଲୋକ,
ମାନବତାର ମହାମନ୍ତ୍ରେ
ଉଦ୍ଭାସିତ ହେଉ ଧରାଲୋକ।।
ରାବଣ ଦହନେ ଦହୁ ଅହଂକାର,
ଜାଗୁ ସତ୍ୟର ଜ୍ୟୋତି,
ରାମଙ୍କ ଆଦର୍ଶେ ପବିତ୍ର
ହେଉ ମାନବତାର ମତି।
ଧର୍ମର ଧ୍ୱଜା ଉଡ଼ୁ ଗଗନେ,
ଅଧର୍ମର ହେଉ କ୍ଷୟ,
ଯୁଗେ ଯୁଗେ ଗୁଞ୍ଜୁ ଏକ ବାଣୀ
ସତ୍ୟର ହିଁ ଜୟ!
Priyanka Panda
କେବେ ତୋ ନୟନେ ପ୍ରଳୟର ଜ୍ୱାଳା,
ଦୁଷ୍ଟଦଳନର ହୁଙ୍କାର,
କେବେ ସେ ନୟନେ କରୁଣାର ଧାରା,
ମମତାର ମଧୁଝର।
ତୋ ଦୃଷ୍ଟିପାତେ ଦୁଃଖର
ତିମିର ହୁଏ ମାଆ ଦୂର,
ତୋ ନୟନଯୁଗଳେ ଝଲସେ
ମୋହର ବୈକୁଣ୍ଠ ସୁନ୍ଦର।।
Priyanka Panda
