STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ହୃଦୟ ଯାହା ଦିଏ

ହୃଦୟ ଯାହା ଦିଏ

1 min
0

ହୃଦୟ ଯାହା ଦିଏ, ତାହା ନୁହେଁ ଦାନ,
‎ସେଥିରେ ଲୁଚିଥାଏ ଆତ୍ମାର ସମ୍ମାନ।
‎ସ୍ନେହ ଯାହା ଦିଏ, ଫେରେନାହିଁ ହିସାବ,
‎ନିଷ୍କାମ ପ୍ରେମରେ ନଥାଏ ପ୍ରତିଦାନର ଭାବ।।
‎
‎ହୃଦୟ ଯାହା ଦିଏ, ଶବ୍ଦରେ ହୁଏନି ପ୍ରକାଶ,
‎ନୀରବ ଅନୁଭୂତିରେ ବଞ୍ଚିରହେ ବିଶ୍ୱାସ।
‎ସମ୍ପର୍କ ଯଦି ହୁଏ ସ୍ୱାର୍ଥର ବନ୍ଧନ,
‎ସମୟ ସହ ହୁଏ ତାହାର ବିସର୍ଜନ।।
‎
‎ହୃଦୟ ଯାହା ଦିଏ, ତାହା ଅମୂଲ୍ୟ ଉପହାର,
‎ସେଥିରେ ନଥାଏ ଛଳନା, ନଥାଏ ପ୍ରତାରଣାର ଭାର।
‎ପ୍ରତିଦାନ ଆଶାରେ ପ୍ରେମ ହୁଏ ବାଣିଜ୍ୟ,
‎ନିଃସ୍ୱାର୍ଥ ସମର୍ପଣ ହିଁ ମାନବିକତାର ସାମ୍ରାଜ୍ୟ।।
‎
‎ହୃଦୟ ଯାହା ଦିଏ, ତାହା ରହିଯାଏ ଚିରଦିନ,
‎ଦୂରତା ମିଟାଇଦିଏ, ଯୋଡ଼ିଦିଏ ମନ ସହ ମନ।
‎ଧନ ନୁହେଁ, ପଦ ନୁହେଁ, ନୁହେଁ ବାହ୍ୟ ଆଡ଼ମ୍ବର,
‎ହୃଦୟରୁ ଦିଆ ସ୍ନେହ ହିଁ ଜୀବନର ଶ୍ରେଷ୍ଠ ଅଳଙ୍କାର।।
‎

Priyanka Panda 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics