STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

ନବରାତ୍ରି ମା' ନବ ଦୁର୍ଗା

ନବରାତ୍ରି ମା' ନବ ଦୁର୍ଗା

4 mins
2

‎ଲାଲିମାମୟୀ ଶୈଳପୁତ୍ରୀ,

‎ତୁମେ ଆଦ୍ୟାଶକ୍ତିର ଜ୍ୟୋତି।

‎ଭକ୍ତିର ଅର୍ଘ୍ୟେ ପୂଜୁଛୁ ଜନନୀ,

‎ଚରଣେ ଅର୍ପୁ ଭକ୍ତି।।

‎

‎ଅଧର୍ମ ବିନାଶି ଧର୍ମ ସଂସ୍ଥାପି,

‎ଜଗତେ ଭରିଦିଅ ଶକ୍ତି।

‎କରୁଣା କଟାକ୍ଷେ ଦୂର କର ଦୁଃଖ,

‎ପ୍ରଦାନ କର ସଦ୍‌ଗତି।।

‎

‎ଧବଳ ଦୁକୂଳେ ଶୋଭିତା ମାଆ,

‎ତପୋତେଜେ ତେଜସ୍ୱିନୀ,

‎ତ୍ୟାଗ ତପସ୍ୟା ସଂଯମ ମୂର୍ତ୍ତି,

‎ହେ ମାଆ ବ୍ରହ୍ମଚାରିଣୀ।।

‎

‎ଭକ୍ତି ଓ ଶ୍ରଦ୍ଧା ହୃଦୟେ ଭରି,

‎ଦିଅ ସଦ୍‌ବୁଦ୍ଧି ଶକ୍ତିଦାୟିନୀ,

‎କୃପାକଟାକ୍ଷେ କଲ୍ୟାଣ ବରଷ,

‎ହେ ଜଗତ୍‌ମାତା ତପସ୍ୱିନୀ।।

‎

‎ସ୍ୱର୍ଣ୍ଣାଭାମଣ୍ଡିତା ଚନ୍ଦ୍ରଘଣ୍ଟା,

‎ମହାତେଜସ୍ୱିନୀ,

‎ଦଶଭୁଜା ଦୁର୍ଗେ, ଦୁର୍ଗତିନାଶିନୀ,

‎ଆଦ୍ୟାଶକ୍ତି ସ୍ୱରୂପିଣୀ।।

‎

‎ଘଣ୍ଟନାଦେ ବିଦାରିଣୀ ଦୁଷ୍ଟଦଳ,

‎ଅଭୟବରଦାୟିନୀ,

‎କୃପାକଟାକ୍ଷେ କଲ୍ୟାଣ ବରଷ,

‎ହେ ଜଗଦ୍ଧାତ୍ରୀ ଭବାନୀ।।

‎

‎ରାଜନୀଳ ଆଭାରେ ଦୀପ୍ତିମୟୀ,

‎ମହିମା ତୁମ ଅପାର।

‎ତୁମ କୃପାରେ ଦୂରୀଭୂତ ହେଉ,

‎ଜୀବନର ଅନ୍ଧକାର।।

‎

‎ଭକ୍ତି ଓ ଶ୍ରଦ୍ଧା ପ୍ରଦାୟିନୀ ମାଆ,

‎ତୁମେ ଶକ୍ତିର ଭଣ୍ଡାର।

‎ଜୟ ଜୟ ମାଆ କୁଷ୍ମାଣ୍ଡା ଦେବୀ,

‎କରୁଣାର ସାଗର।।

‎

‎ସିଂହବାହିନୀ ସ୍କନ୍ଦମାତା,

‎ଜଗଦ୍ଧାତ୍ରୀ ଭବାନୀ।

‎କୋଳେ ସ୍କନ୍ଦଙ୍କୁ ଧରି ବିରାଜିତା,

‎ମମତାମୟୀ ଜନନୀ।।

‎

‎ପଦ୍ମାସନା ପଦ୍ମହସ୍ତା,

‎ଦିବ୍ୟତେଜେ ତେଜସ୍ୱିନୀ।

‎ଭକ୍ତବତ୍ସଳା ଦୁଃଖବିନାଶିନୀ,

‎କଲ୍ୟାଣମୟୀ ମହାରାଣୀ।।

‎

‎ମହିଷାସୁରମର୍ଦ୍ଦିନୀ ମାଆ,

‎ଅପରାଜିତା ଶକ୍ତିଦାୟିନୀ।

‎ଧର୍ମରକ୍ଷିଣୀ, ଭକ୍ତପାଳିନୀ,

‎ତୁମେ ମଙ୍ଗଳକାରିଣୀ।।

‎

‎ଷଷ୍ଠ ଦିନର ସାଧନାରେ ଜାଗୁ,

‎ଶ୍ରଦ୍ଧା ଓ ଭକ୍ତିର ଜ୍ୱାଳା।

‎ଜୟ ଜୟ ମାଆ କାତ୍ୟାୟନୀ,

‎ଦୂର କର ଦୁଃଖର ଜ୍ୱାଳା।।

‎

‎ନବରାତ୍ରି ସପ୍ତମ ଦିବସେ,

‎ପୂଜିତା ମାଆ କାଳରାତ୍ରୀ।

‎ସପ୍ତମୀ ତିଥିର ଆରାଧ୍ୟା ଦେବୀ

‎ମହାଶକ୍ତି ସ୍ୱରୂପିଣୀ।।

‎

‎ଘନକୃଷ୍ଣ ବର୍ଣ୍ଣ, ମୁକ୍ତକେଶୀ,

‎ଦୁଷ୍ଟଦଳ ବିନାଶିନୀ।

‎ଭୟ ଓ ଅନ୍ଧକାର ନାଶ କରୁଥିବା,

‎ଶୁଭଙ୍କରୀ ଭବାନୀ।।

‎

‎ଓ ଶ୍ରଦ୍ଧା ଅର୍ପିବି ତବ ଚରଣେ,

‎ହେ ଦୁଃଖବିନାଶିନୀ।

‎ଅଜ୍ଞାନ ତିମିର ଦୂର କରିଦିଅ,

‎ଜ୍ଞାନଜ୍ୟୋତି ପ୍ରଦାୟିନୀ।।

‎

‎ସୁଖ, ଶାନ୍ତି, ସମୃଦ୍ଧି ପ୍ରଦାନ କର,

‎ହେ ଜଗତ୍‌ଜନନୀ।

‎ଜୟ ଜୟ ମାଆ ମହାଗୌରୀ,

‎ଜଗଦ୍ଧାତ୍ରୀ କଲ୍ୟାଣକାରିଣୀ।।

‎

‎ନବରାତ୍ରି ନବମ ଦିବସେ,

‎ସିଦ୍ଧିଦାତ୍ରୀ ମହାରାଣୀ।

‎ନବମୀ ତିଥିର ଆରାଧ୍ୟା ଦେବୀ,

‎ସର୍ବସିଦ୍ଧି ପ୍ରଦାୟିନୀ।।

‎

‎ନଅ ଦିନର ସାଧନା ପୂର୍ଣ୍ଣେ,

‎ବିରାଜ ଜଗଜ୍ଜନନୀ।

‎ଅଷ୍ଟସିଦ୍ଧି ନବନିଧି ଦାୟିନୀ,

‎ହେ ମଙ୍ଗଳକାରିଣୀ।।

‎

‎ନବଦୁର୍ଗା ପୂଜାର ଶେଷ ପର୍ବେ,

‎ଅର୍ପୁ ଭକ୍ତିର ଅଞ୍ଜଳି।

‎ଜ୍ଞାନ, ଶକ୍ତି, ସିଦ୍ଧି ପ୍ରଦାନ କର,

‎ଦୂର କର ଦୁଃଖାବଳୀ।।

‎

‎ନବମ ଦିନର ଆରାଧନାରେ,

‎ହୃଦୟେ ଜାଗୁ ଭକ୍ତି।

‎ଜୟ ଜୟ ମାଆ ସିଦ୍ଧିଦାତ୍ରୀ,

‎ପ୍ରଦାନ କର ସଦ୍‌ଗତି।।

‎

‎Priyanka Panda

‎


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics