STORYMIRROR

Priyanka Panda

Classics Inspirational Others

4  

Priyanka Panda

Classics Inspirational Others

କଷ୍ଟ ଦେଇ ବି ନିଜର

କଷ୍ଟ ଦେଇ ବି ନିଜର

1 min
0

‎ସେ ଜାଣନ୍ତି ମୁଁ ତାଙ୍କ ବିନା
‎ରହିପାରିବି ନାହିଁ।
‎ତଥାପି କାହିଁକି କଷ୍ଟ ଦିଅନ୍ତି
‎ମୋ ମନଟା ବୁଝନ୍ତି ନାହିଁ।।
‎
‎ସେ ଜାଣନ୍ତି ତାଙ୍କ ବିନା
‎ମୋ ଦୁନିଆ ଶୂନ୍ୟ।
‎ତଥାପି ଦିଅନ୍ତି ଦୂରତା
‎କରି ମୋ ମନକୁ ନିର୍ବାକ୍ ଶୂନ୍ୟ।।
‎
‎ତାଙ୍କ ହସରେ ମୋ ସକାଳ,
‎ତାଙ୍କ ହସରେ ରାତି।
‎ତଥାପି ଲୁହ ଦେଇ ଭରନ୍ତି
‎ମୋ ଦୁଇ ଆଖିର ପାତି।।
‎
‎ମୁଁ ରୁଷିଲେ ମନାନ୍ତି ନାହିଁ,
‎ଚୁପ୍ ରହିଲେ ଡାକନ୍ତି ନାହିଁ।
‎ମୋ ନୀରବତା ସବୁ ଜାଣି
‎ତଥାପି ପାଖକୁ ଆସନ୍ତି ନାହିଁ।।
‎
‎ଦୂରତା ସହିପାରେ ନାହିଁ
‎ଇଚ୍ଛା ହୁଏ ଜୀବନ ହାରିଦେବି।
‎ହେଲେ ତାଙ୍କ ଗୋଟିଏ ଡାକରେ
‎ସବୁ ଅଭିମାନ ଭୁଲିଯିବି।।
‎
‎ସେ ଜାଣନ୍ତି ତାଙ୍କ ଭଲପାଇବା,
‎ମୋର ଆଶାର ଆଲୋକ।
‎ତଥାପି କାହିଁକି ଦିଅନ୍ତି
‎ଏତେ ଲୁହ ଓ ନିରାଶା?
‎
‎ଦୁଃଖ ଦେଲେ ମଧ୍ୟ ସେ
‎ତାଙ୍କୁ ଛାଡ଼ି ମୁଁ ରହିପାରେନି।
‎ତଥାପି ଦିଅନ୍ତି ଦୁଃଖ
‎ଚାହିଁ ରହିଥାଏ ତାଙ୍କର ଡାକ।।
‎
‎ହୁଏତ ତାଙ୍କ ପାଇଁ ମୁଁ
‎ଏକ ସାଧାରଣ ମଣିଷ।
‎ହେଲେ ମୋ ପାଇଁ ସେ ହିଁ
‎ମୋ ଦୁନିଆର ଶେଷ ଆଶିଷ।।
‎
‎ସେ ଜାଣନ୍ତି ମୁଁ ତାଙ୍କ ବିନା
‎ବଞ୍ଚିବା ଶିଖିନି।
‎ତଥାପି କଷ୍ଟ ଦିଅନ୍ତି
‎କାହିଁକି, ଆଜି ବି ବୁଝିନି।।
‎
‎Priyanka Panda 
‎


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics